ଚୀନରେ ବିବିସି ସାମ୍ୱାଦିକଙ୍କୁ ମାଡ, ହାତକଡି ପକାଇ ଟାଣି ଟାଣି ନେଲା ପୋଲିସ
ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ବିରୋଧରେ ଜାରି ପ୍ରଦର୍ଶନକୁ ନେଇ ରିପୋର୍ଟିଂ ପାଇଁ ପହଞ୍ଚିଥିବା ବିବିସି ସାମ୍ୱାଦିକଙ୍କୁ ମାଡ ମରା ଘଟଣା ସମନାକୁ ଆସିଛି । ଚୀନ ପୋଲିସ ଉପରେ ଅଭିଯୋଗ ଯେ ଏହାର ଅଧିକାରୀମାନେ ସାମ୍ୱାଦିକଙ୍କ ସହ ଦୁର୍ବ୍ୟବହାର କରିବା ମାଡ ମାରିଥିଲେ । ରିପୋର୍ଟ ଅନୁସାରେ, ସାମ୍ୱାଦିକଙ୍କୁ ହାତକଡି ପକାଇ ଟାଣି ଟାଣି ନେବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସକର୍ମୀ ବିବିସି ସାମ୍ୱାଦିକଙ୍କୁ ହେପାଜତକୁ ନେବାର କିଛି ଘଣ୍ଟା ପରେ ଛାଡି ଦେଇଥିବା ଜଣାପଡିଛି ।
ବିବିସି ରବିବାର ଘଟିଥିବା ଏହି ଘଟଣାକୁ କଡ଼ା ନିନ୍ଦା କରିଛି । ମିଡିଆ ହାଉସ ପକ୍ଷରୁ ଜାରି ବୟାନ ଅନୁସାରେ, ‘ସଂଘାଇରେ ଆନ୍ଦୋଳନକୁ କଭର କରିବା ପହଞ୍ଚିଥିବା ତାଙ୍କ ସାମ୍ୱାଦିକ ଅଡ ଲରେନ୍ସଙ୍କ ସହ ଚୀନର ପୋଲିସକର୍ମୀ ମାରପିଟ୍ କରିଥିଲେ । ସାମ୍ୱାଦିକଙ୍କ ହାତକୁ ବାନ୍ଧି ତାଙ୍କୁ ଘୋଷାଡି ଘୋଷାଡି ନିଆଯାଇଥିଲା । ସାମ୍ୱାଦିକଙ୍କୁ ମାଡ ମରାଯିବା ପରେ ଗିରଫ କରାଯାଇଥିଲା, କିନ୍ତୁ କିଛି ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା’।
କରୋନାର ପ୍ରକୋପକୁ ଅଟକାଇବା ପାଇଁ କଡ଼ା ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହାକୁ ବିରୋଧର ଚୀନରେ ଜୋରଦାର ଆନ୍ଦୋଳନ କରାଯାଉଛି । ଆନ୍ଦୋଳନକାରୀଙ୍କ ଏହି ପ୍ରଦର୍ଶନ ଏବେ ବେଜିଂରେ ପହଞ୍ଚିଛି । ସଂଘାଇର ଉରୁମସୀରେ ଲକଡାଉନ ସମୟରେ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଏହି ସମୟରେ ଲୋକଙ୍କୁ ବାହାରକୁ ଆସିବାକୁ ଦିଆଯାଇ ନଥିଲା ଏବଂ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ କଠୋର କରୋନା କଟଣାକୁ ବିରୋଧ କରି ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି।