ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବେଞ୍ଜାମିନ ନେତାନ୍ୟାହୁ

ଜେରୁଜେଲମ: ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେତନ୍ୟାହୁ (୭୩) ଇତିମଧ୍ୟରେ ଇସ୍ରାଏଲର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ୧୨୦ ସଦସ୍ୟ ବିଶିଷ୍ଟ ନେସେଟ୍ (ଇସ୍ରାଏଲି ସଂସଦ)ରେ ୬୩ ଜଣ ସାଂସଦଙ୍କ ସମର୍ଥନ ମିଳିଛି। ଗୃହରେ ୫୪ ଜଣ ସାଂସଦ ତାଙ୍କ ସରକାର ବିରୋଧରେ ଭୋଟ୍ ଦେଇଥିଲେ। ସେ ତାଙ୍କ ଷଷ୍ଠ ସରକାର ଗଠନ ସହ ପ୍ରଧାନମନ୍ତ୍ରୀ ଭାବେ ପୁଣିଥରେ ଫେରିଛନ୍ତି। ଯାହା ଅନେକ ଅତି ଦକ୍ଷିଣପନ୍ଥୀ ସହଯୋଗୀ ଦଳଙ୍କୁ ନେଇ ଗଠିତ।

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସର୍ବଦା ବହୁତ ଭଲ ରହିଆସିଛି। ଏହି ସମୟରେ ବେଞ୍ଜାମିନ୍ ନେତାନ୍ୟାହୁ ପୁଣି ଥରେ ଇସ୍ରାଏଲରେ ତାଙ୍କ ସରକାର ଗଠନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ସହଭାଗିତାକୁ ମଜବୁତ କରିବା ପାଇଁ ଉଭୟ ସରକାର କାମ କରିବେ ବୋଲି କହିଛନ୍ତି। ମୋଦୀ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା। ଉଭୟ ଅନେକ ସମୟରେ କଥାବାର୍ତ୍ତା କରନ୍ତି ଏବଂ ଅନେକ ଥର ପରସ୍ପରକୁ ଭେଟିଛନ୍ତି। ଯେଉଁଥିରେ ନେତାନ୍ୟାହୁଙ୍କ ଭାରତ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ ଅନ୍ତର୍ଭୁକ୍ତ।

Related Articles

Back to top button