ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ବନ୍ଧୁକ ନିୟନ୍ତ୍ରଣ ଆଇନ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଐତିହାସିକ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ରେ ସ୍ବାକ୍ଷର କରିଥିବାରୁ  ଏହା ଆଇନରେ ପରିଣତ ହୋଇଛି। ବନ୍ଧୁକ ନିୟନ୍ତ୍ରଣ ଆଇନ ଲାଗୁ ହେଲେ ଲୋକଙ୍କ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ବାଇଡେନ୍‌ କହିଛନ୍ତି। ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର ଆମେରିକା କଂଗ୍ରେସର ଅନୁମୋଦନ ଲାଭ କରିଥିଲା। ସିନେଟ୍‌ରେ ଏହା ୬୫-୩୩ ଭୋଟ୍‌ରେ ଗୃହୀତ ହେବା ପରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ୨୩୪-୧୯୩ରେ ପାସ୍‌ ହୋଇଥିଲା।

ସୂଚନାଯୋଗ୍ୟ, ଗତ ମାସରେ ନ୍ୟୁୟର୍କର ବୁଫାଲୋ ଏବଂ ଟେକ୍ସାସର ଉଭାଲ୍‌ଡେରେ ଗଣଗୁଳିକାଣ୍ଡ ଘଟଣା ପରେ ବନ୍ଧୁକ ସଂସ୍କୃତି ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ କରାଯାଇଥିଲା। ସିନେଟରେ ସମସ୍ତ ଡେମୋକ୍ରାଟଙ୍କ ସହ ୧୫ ରିପବ୍ଲିକାନ ସଦସ୍ୟ ବନ୍ଧୁକ ନିୟନ୍ତ୍ରଣ ବିଲ୍‌କୁ ସମର୍ଥନ ଜଣାଇଥିଲେ।

Related Articles

Back to top button