ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଖବରଦାତାଙ୍କୁ ମୁକ୍ତ କରିବା ପାଇଁ ରୁଷିଆକୁ କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ: ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇଥିବା ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ(ଡବ୍ଲ୍ୟୁଏସ୍‌ଜେ) ଖବରଦାତା ଏଭାନ୍‌ ଗେର୍ଶକୋଭିଚ୍‌ଙ୍କୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ରୁଷିଆକୁ କହିଛନ୍ତି। ରୁଷୀୟ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି) ଗୁରୁବାର ଡବ୍ଲ୍ୟୁଏସ୍‌ଜେ ମସ୍କୋ ବ୍ୟୁରୋ ଏଭାନ୍‌ଙ୍କୁ ଗୁପ୍ତଚରଗିରି ଅଭିଯୋଗରେ ୟେକାଟୋରିନବର୍ଗ ସହରରୁ ଗିରଫ କରିଥିଲା।
ହ୍ବାଇଟ୍‌ ହାଉସ୍‌ରେ ଖବରଦାତାମାନଙ୍କୁ ସମ୍ବୋଧିତ କରି ବାଇଡେନ୍‌ କହିଛନ୍ତି ଯେ ରୁଷିଆକୁ ସନ୍ଦେଶ ହେଉଛି, ଏଭାନ୍‌ଙ୍କୁ ଛାଡ଼ିଦିଅ। ରୁଷୀୟ କୂଟନୀତିଜ୍ଞ ଓ ଖବରଦାତାମାନଙ୍କୁ ଆମେରିକାରୁ ବହିଷ୍କାର କରାଯିବ କି ବୋଲି ପ୍ରଶ୍ନ ହେବାରୁ ବାଇଡେନ୍‌ କହିଥିଲେ, ବର୍ତ୍ତମାନ ଏହା ଉପଯୁକ୍ତ ଯୋଜନା ନୁହେଁ।

Related Articles

Back to top button