
ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ କାର୍ଯ୍ୟକାରୀ ନ କରେ ତେବେ ପାକିସ୍ତାନ ପୁଣି ଥରେ ଯୁଦ୍ଧ ମଇଦାନକୁ ଓହ୍ଲାଇବ
ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ କାର୍ଯ୍ୟକାରୀ ନ କରେ ତେବେ ପାକିସ୍ତାନ ପୁଣି ଥରେ ଯୁଦ୍ଧ ମଇଦାନକୁ ଓହ୍ଲାଇବ । ଆଉ ଭାରତଠାରୁ ମଧ୍ୟ ତିନୋଟି ନଦୀ ଛଡ଼ାଇ ଆଣିବ । ପୁଣି ଥରେ ଭାରତକୁ ଏପରି ଫମ୍ପା ଧମକ ଦେଇଛନ୍ତି ପାକିସ୍ତାନ ପୂର୍ବତନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ପାକ୍ ସଂସଦ ନ୍ୟାସନାଲ ଆସେମ୍ବ୍ଲିରେ ବିଲାୱଲ ଭୁଟ୍ଟୋ ଭାଷଣ ଦେବାବେଳେ ସିନ୍ଧୁ ନଦୀ ଜଳକୁ ନେଇ ଖୁବ ବାହସ୍ପଟ ମାରିଛନ୍ତି । ଏପରିକି ଅପରେସନ ସିନ୍ଦୁରରେ ପାକିସ୍ତାନର ବିଜୟୀ ହୋଇଛି ମିଥ୍ୟା ସୂଚନା ଦେଇଛନ୍ତି । ବିଲାୱଲ କହିଛନ୍ତି, ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ କାର୍ଯ୍ୟକାରୀ ନ କରେ ତେବେ ପାକିସ୍ତାନ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି । ଏହା ସହିତ ଭାରତରେ ପ୍ରବାହିତ ହେଉଥିବା ତିନୋଟି ନଦୀକୁ ଛଡ଼ାଇ ଅଣାଯିବ । ଯାହାର ପାଣି ଭାରତ ବ୍ୟବହାର କରୁଛି । ଭରାତର ସିନ୍ଧୁ ଚୁକ୍ତି ରଦ୍ଦ ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି । ଏହା ବିଶ୍ୱ ବ୍ୟାଙ୍କରେ କରାଯାଇଥିଲା । ଏହାକୁ ନେଇ ଧମକ ଦେବା ଜାତିସଂଘର ନିୟମ ବିରୋଧୀ ଏବଂ ଏହାକୁ ଭାରତ ସମାପ୍ତ କରିପାରିବ ନାହିଁ । ଯଦି ଭାରତ ଏପରି କରେ କେବେ ଆମେ ଏଥିପାଇଁ ଯୁଦ୍ଧ ଲଢ଼ିବୁ ଏବଂ ତିନୋଟି ନଦୀକୁ ଛଡ଼ାଇ ଆଣିବୁ । ଏହାସହିତ ପାକିସ୍ତାନ ପାଖରେ ୬ ଟି ନଦୀ ରହିବ ବୋଲି ଦାବି କରିଛନ୍ତି ବିଲାବଲ ।
ଏପରିକି ପାକିସ୍ତାନ ବାୟୁସେନା ଏବଂ ସେନା ବହୁତ ଶକ୍ତିଶାଳୀ ଅଟନ୍ତି । ଭରାତ ସାମ୍ନାରେ ଦୁଇଟି ବିକଳ୍ପ ରଖିଛନ୍ତି ବିଲାୱଲ, ସିନ୍ଧୁ ଜଳ ଚୁକ୍ତିକୁ ସ୍ୱୀକାର କରୁ ନଚେତ ଅନ୍ତରାଷ୍ଟ୍ରୀୟ ଆଇନକୁ ଭାରତ ପାଳନ କରୁ । ପ୍ରକାଶ ଯୋଗ୍ୟ, ଗତ ସପ୍ତାହରେ ଏକ ଜାତୀୟ ଗଣମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସିନ୍ଧୁ ଜଳ ଚୁକ୍ତି ଆଉ ପୁନଃ ଅବସ୍ଥାପିତ ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ସିନ୍ଧୁର ପାଣିକୁ କେନାଲ ମାଧ୍ୟମରେ ରାଜସ୍ଥାନକୁ ଛଡ଼ାଯିବ ବୋଲି ଶାହା କହିଥିଲେ ।