ନନ୍ଦନକାନନରେ ବିଦେଶୀ ପକ୍ଷୀମାନଙ୍କର ଆଗମନ ସହ ବଂଶ ବୃଦ୍ଧି ଘଟୁଛି

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପକ୍ଷୀମାନଙ୍କ ସାରଣୀ ଭିତରେ ୧୧ ପ୍ରଜାତିର ବିଦେଶୀ ପକ୍ଷୀମାନଙ୍କର ବଂଶ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି । ଆଗ ଅପେକ୍ଷା ବିଦେଶୀ ପକ୍ଷୀଙ୍କ ଆଗମନ କ୍ରମାଗତ ଭାବରେ ବଢିବାରେ ଲାଗିଛି । ଆକଳନ ଅନୁସାରେ, ୧୯୯୯ ମହାବାତ୍ୟାରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ପ୍ରକୃତିର ଅନେକ କ୍ଷୟକ୍ଷତି ଘଟିଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ କମିବାରେ ଲାଗିଥିଲା । କେବଳ ଏତିକି ନୁହେଁ , ମଣିଷମାନଙ୍କ ଦ୍ୱାରା ଗଛଲତା କାଟି ପ୍ରକୃତିକୁ ନଷ୍ଟ କରାଯିବା ଫଳରେ ଭ୍ରମଣକାରୀ ପକ୍ଷୀମାନେ ଓଡିଶା ମାଟିକୁ ଆସିବା କ୍ରମଶଃ କମିଯାଇଥିଲା । କିନ୍ତୁ ବର୍ତ୍ତମାନ ତାହା ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଦେଶୀ ପକ୍ଷୀମାନେ ଏଠାରେ ରହି ସେମାନଙ୍କ ବଂଶ ବୃଦ୍ଧି କରିବାରେ ଲାଗିଛନ୍ତି ।

ଏଠାରେ ଭ୍ରମଣକାରୀ ପକ୍ଷୀ ଶାବକଙ୍କ ଏକ ସୁନ୍ଦର ସମାହାର ବଢିଛି । ନନ୍ଦନକାନନ ପ୍ରାଣା ଉଦ୍ୟାନର ଏସଏଫ୍ ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସୂଚନା ଅନୁସାରେ , ବର୍ତ୍ତମାନ ୨୭ଟି ମାଟିଆ ପେଲିକାନ (ଦୁଇ ଅଣ୍ଡିରା,ଦୁଇଟି ମାଇ ଓ ୨୩ଟି ପକ୍ଷୀ ଶାବଙ୍କ ଲିଙ୍ଗ ଚିହ୍ନଟ କରାଯାଇ ନଥିବା ଶାବକ), ୭ଟି ଗୋଲାପି ପେଲିକାନ ( ଦୁଇଟି ଅଣ୍ଡିରା , ଦୁଇଟି ମାଇ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୩ଟି ), ୧୩୨ ଟି ଅନ୍ଧାରୀ ବଗ ( ଅଣ୍ଡିରା ୩୩, ମାଇ ୩୬ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୬୩), ୮ଟି ଧୂସର ବଗ ( ଅଣ୍ଡିରା ୨ ଓ ମାଇ ୬), ୫୩ଟି ଚିତ୍ରା ଗେଣ୍ଡାଳିଆ ( ୪ ଅଣ୍ଡିରା ୪ ମାଇ ଓ ୪୫ଟି ଲିଙ୍ଗ ଚିହ୍ନଟ ହୋଇନାହିଁ ।

ସେହିପରି ୨ଟି ଲେସର ଆଡଜୁଟାଣ୍ଟ ଷ୍ଟକ, ୮ଟି ଲିଙ୍ଗ ଚିହ୍ନଟ ପାଣି ଉପରେ ଚାଲିବା ଛୋଟ ବଗ , ୬ଟି ଗାଇବା ବଗ , ୧୯୫ଟି ବିରଳ ବଙ୍କା ଥଣ୍ଟିଆଙ୍କୁ ମିଶାଇ ସମୁଦାୟ ୪୪୦ଟି ଶାବକ ସେଠାରେ ଅଛନ୍ତି । ଆଗାମୀ ଦିନରେ ନନ୍ଦନକାନନ ପକ୍ଷୀ ଗ୍ୟାଲେରିର ଏହି ବିଦେଶୀ ପକ୍ଷୀ ଭବିଷ୍ୟତ । କାରଣ ସେମାନେ ଏଠି ଜନ୍ମ କରିପାରୁଥିବାରୁ ସମସ୍ତଙ୍କ ଆତ୍ମବିଶ୍ୱାସକୁ ବଢିଛି ।

Related Articles

Back to top button