ଭାରତର ଦୂତାବାସ ଶିବିରକୁ ସୁରକ୍ଷା ଯୋଗାଇବାକୁ ମନା କଲା କାନାଡା

ଭାରତର ଦୂତାବାସ ଶିବିରକୁ କାନାଡା ସୁରକ୍ଷା ଯୋଗାଇବାକୁ ମନା କରିଦେଇଛି। ଏହାପରେ ଟୋରଣ୍ଟୋସ୍ଥିତ ଭାରତୀୟ ଦୂତାବାସ ପୂର୍ବରୁ ଧାର୍ଯ୍ୟ ହୋଇଥିବା କେତେକ ଦୂତାବାସ ଶିବିରକୁ ବାତିଲ କରିବାକୁ ଘୋଷଣା କରିଥିଲା। ଦୂତାବାସ କହିଛି ଯେ କାନାଡାସୁରକ୍ଷା କର୍ତ୍ତୃପକ୍ଷ ସର୍ବନିମ୍ନ ସୁରକ୍ଷା ପ୍ରଦାନ କରିବାରେ ଅସମର୍ଥତା ପ୍ରକାଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି।କମ୍ୟୁନିଟି କ୍ୟାମ୍ପ ଆୟୋଜକମାନଙ୍କୁ ସର୍ବନିମ୍ନ ସୁରକ୍ଷା ପ୍ରଦାନ କରିବାରେ ସୁରକ୍ଷା ଏଜେନ୍ସିମାନେ ଅସମର୍ଥତା ପ୍ରକାଶ କରିଛନ୍ତି ବୋଲି ଦୂତାବାସ କହିଛି। ଏହାପରେ ହିଁ ଦୂତାବାସ କିଛି ନିର୍ଦ୍ଧାରିତ ଦୂତାବାସ ଶିବିରକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

Related Articles

Back to top button