ପେଲୋସିଙ୍କ ଯାତ୍ରାରେ ବିଚଳିତ ଚୀନ, ତାଇୱାନ ନିକଟରେ କରିବ ମିଶାଇଲ ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ତାଇୱାନରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ପହଞ୍ଚିବା ପରେ ବିଳଚିତ ଚୀନ ଲାଇଭ-ଫାୟର ଅଭ୍ୟାସର ଘୋଷଣା କରିଛି। ଏହାଛଡା ଚୀନ ପିଏଲଏସ  ତାଇୱାନ ନିକଟରେ ମିଶାଇଲ ଅଭ୍ୟାସ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଚୀନ ସେନା ତାଇୱାନର ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବରେ ମିଳିତ ରୂପେ ଜଳ ଏବଂ ଆକାଶରେ ଅଭ୍ୟାସ କରିବ । ଏହାସହ ଚୀନ ସେନା କହିଛି, ଅଗଷ୍ଟ ୪ରୁ ୭ ଯାଏଁ ତାଇୱାନ ନିକଟରେ ଲାଇଭ-ଫାୟର ଅଭ୍ୟାସ କରିବ । ପେଲୋସି ମଙ୍ଗଳବାର ରାତିରେ ତାଇୱାନରେ ପହଞ୍ଚିଛନ୍ତି । ଏହାସହ ସ୍ୱଶାସିତ ଦ୍ୱୀପର ଗସ୍ତ କରିବାରେ ଆମେରିକାର ସର୍ବୋଚ୍ଚ ଅଧିକାରୀ ହୋଇଛନ୍ତି । ପେଲୋସିଙ୍କ ଯାତ୍ରା ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାକୁ ଅଧିକ କରିଛି ।

ଚୀନ ଅନୁସାରେ ପିଏଲଏ ଗୁରୁବାରରୁ ରବିବାର ମଧ୍ୟରେ ତାଇୱାନ ଆଖପାଖରେ ଭାଇଭ-ଫାୟର ଅଭ୍ୟାସ କରିବ । ଏହି ସମୟରେ ଅନ୍ୟ ଦେଶର ସାମୁଦ୍ରୀକ ଜାହଜ ଏବଂ ବିମାନ ଗୁଡିକୁ ଏହି କ୍ଷେତ୍ରକୁ ନ ଯିବା ପାଇଁ ଅନୁରୋଧ କରିଛି । ଏହାକୁ ନେଇ ନେଭିଗେସନ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲାଇଭ-ଫାୟାର ଡ୍ରିଲ ସମୟରେ ଚୀନ ନିଜର ଯୁଦ୍ଧତୋପରୁ ରକେଟ୍, ମିଶାଇଲ, ଟାରପିଡୋ, ହେଭି ମେସିନଗନର ଶକ୍ତି ପ୍ରଦର୍ଶନ କରିବ। ଏଥିରେ ଚୀନର ଯୁଦ୍ଧ ଜାହାଜ, ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ବୁଡା ଜାହାଜ ଭାଗ ନେବେ।

ଆମେରିକକୁ ଜବାବ ଦେବା ପାଇଁ ଚୀନ ସେନା ଗୋଟିଏ ପରେ ଗୋଟିଏ ଘୋଷଣା କରିଛି। ତାଇୱାନ ନିକଟରେ ଲାଇଭ-ଫାୟାର ଅଭ୍ୟାସ ସହ ଚୀନ ପିଏଲଏର ପୂର୍ବ ଥିଏଟର କମାନ ଆଜି ରାତିରୁ ତାଇୱାନ ନିକଟରେ ମିଳିତ କାର୍ଯ୍ୟାନୁଷ୍ଠାନର ଘୋଷଣା କରିଛି।

Related Articles

Back to top button