ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇଲା ଚୀନ

ନୂଆଦିଲ୍ଲୀ: ଏଲଏସିକୁ ନେଇ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଚୀନ ତା ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତିନିଥର ଏଭଳି ନାଁ ପରିବର୍ତ୍ତନ କଲାଣି । ଏହା ପୂର୍ବରୁ ୨୦୨୧ରେ ଚୀନ ୧୫ଟି ସ୍ଥାନର ନାଁ ବଦଳାଇଥିବା ବେଳେ ୨୦୧୭ରେ ୬ଟି ଜାଗାର ନାଁ ପରିବର୍ତ୍ତନ କରିଥିଲା ।

ଚୀନର ଏ କାରନାମା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖି କହିଛି, ଚୀନ ଆଗରୁ ଏଭଳି କରିଛି । ଆମେ ଏଭଳି ନାମକରଣକୁ ଖାରଜ କରୁଛୁ । ଅରୁଣାଚଳ ପ୍ରଦେଶ ଭାରତର ଅଂଶ ଥିଲା, ଅଛି ଓ ରହିବ । ଏଭଳି ନାମ ପରିବର୍ତ୍ତନ କଲେ ବାସ୍ତବ ଚିତ୍ର କେବେ ବଦଳିବ ନାହିଁ ।

ଅରୁଣାଚଳ ପ୍ରଦେଶକୁ ଭାରତର ଏକ ରାଜ୍ୟ ବୋଲି ମାନୁ ନଥିବା ଚୀନ ଇଟାନଗର ନିକଟରେ ଥିବା ଅଞ୍ଚଳର ନାମ ପରିବର୍ତ୍ତନ କରିଛି । ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି ଡ୍ରାଗନ ଦାବି କରୁଛି । ଚୀନର ଅଭିଯୋଗ ହେଉଛି, ତିବ୍ବତର ଅଂଶକୁ ଭାରତ କବଜା କରି ଅରୁଣାଚଳ ପ୍ରଦେଶ କହୁଛି ।

Related Articles

Back to top button