
ଶ୍ରୀଲଙ୍କାର ଋଣ ସରଳୀକରଣ ଅନୁରୋଧକୁ ଚୀନର ପ୍ରତ୍ୟାଖାନ
ଆର୍ଥିକ ଅସ୍ଥିରତା ମଧ୍ୟରେ କଲମ୍ବୋ ଋଣ ସରଳୀକରଣ ପାଇଁ କରିଥିବା ଅନୁରୋଧ ଉପରେ ଶ୍ରୀଲଙ୍କା ଚୀନ୍ ତରଫରୁ ଏକ ପ୍ରତିକ୍ରିୟାକୁ ଅପେକ୍ଷା କରିଥିବା ବେଳେ, ବେଜିଂ ଏହି ଗୁରୁତ୍ୱପୂର୍ଣ୍ଣ ଅନୁରୋଧକୁ ଖଣ୍ଡନ କରିଛି। ଏହା ବଦଳରେ ଶ୍ରୀଲଙ୍କାରେ ମାନବିକ ଅଧିକାର ସମ୍ପର୍କିତ ବିଷୟ ଦୋହରାଇଛି। ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଜାତିସଂଘ ମାନବ ଅଧିକାର ପରିଷଦର ପରବର୍ତ୍ତୀ ଅଧିବେଶନ ପୂର୍ବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
କଲମ୍ବୋରେ ଥିବା ଚୀନ ଦୂତାବାସରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଅଲଗା ରହିଛି ଯେଉଁଥିରେ ଶ୍ରୀଲଙ୍କାରେ ମାନବିକ ଅଧିକାର ପରିସ୍ଥିତି ଉପରେ କୁହାଯାଇଛି। ଜେନେଭାରେ ଆସନ୍ତା ସେପ୍ଟେମ୍ବରରେ ଜାତିସଙ୍ଘ ମାନବାଧିକାର ପରିଷଦର ୫୧ତମ ଅଧିବେଶନ ପୂର୍ବରୁ ଚୀନର ଏଭଳି ନିଷ୍ପତ୍ତି ଶ୍ରୀଲଙ୍କା ପାଇଁ ଚିନ୍ତାର କାରଣ ହୋଇଛି।
ଚୀନ ଠାରୁ ଶ୍ରୀଲଙ୍କା ନେଇଥିବା ଋଣ ଠିକ ସମୟରେ ପରିଶୋଧ ନ କରିବା ଏବଂ ସେହି ଋଣ ଦେୟ ପାଇଁ କୌଣସି ସରଳୀକରଣ ବ୍ୟବସ୍ଥା ପାଇଁ ଶ୍ରୀଲଙ୍କା ସରକାରଙ୍କ ଅନୁରୋଧକୁ ସମାଧାନ କରିବାରେ ଚୀନ ରାଷ୍ଟ୍ରଦୂତ ବିଫଳ ହୋଇଥିବା କୁହାଯାଇଛି। ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶ୍ରୀଲଙ୍କା ସରକାରଙ୍କୁ ଅନ୍ୟ ଦେଶଗୁଡିକ ସହାୟତା ପ୍ରଦାନ କରିଛନ୍ତି କିନ୍ତୁ ତାହା ଅଧିକ ମହତ୍ୱପୂର୍ଣ୍ଣ ନୁହେଁ।
ଅନ୍ୟପକ୍ଷରେ ଶ୍ରୀଲଙ୍କାରେ ଚୀନ୍ ରାଷ୍ଟ୍ରଦୂତ କି ଜେନହୋଙ୍ଗଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଉଚ୍ଚାୟୁକ୍ତ। ସେ କହିଛନ୍ତି, ଚୀନ୍ ରାଷ୍ଟ୍ରଦୂତଙ୍କ ମତ ମ ମୌଳିକ କୂଟନୈତିକ ଶାଳୀନତାର ଉଲ୍ଲଂଘନ ଏବଂ ଏହା ଏକ ବ୍ୟକ୍ତିଗତ ଗୁଣ ହୋଇପାରେ କିମ୍ବା ଏକ ବୃହତ ଜାତୀୟ ମନୋଭାବ ପ୍ରତିଫଳିନ ହୋଇପାରେ।