ଜାପାନ ଜଳସୀମାରେ ପଡ଼ିଲା ଚୀନ କ୍ଷେପଣାସ୍ତ୍ର

ତାଇଓ୍ବାନକୁ ଧମକାଇବାକୁ ଚୀନ ପକ୍ଷରୁ ଆରମ୍ଭ କରାଯାଇଥିବା ବୃହତ୍ ସମସରାଭ୍ୟାସ ଯୋଗୁଁ ପୂର୍ବ ଏସିଆରେ ଉତ୍ତେଜନା ବଢିବାରେ ଲାଗିଛି । ଉତ୍ତେଜନା ଏତେ ବଢିଯାଇଛି ଯେ ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଦେଇଛି ।

ଚୀନ ପକ୍ଷରୁ ଶକ୍ତିଶାଳୀ ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ତାଇଓ୍ବାନକୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଏହି ଉତ୍ତେଜନା ସେତେବେଳେ ଆହୁରି ବଢିଗଲା ଯେତେବେଳେ ୫ଟି ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ଜାପାନର ଜଳସୀମାରେ ଆସୁଥିବା ହାଟେରୁମା ଦ୍ବୀପର ଦକ୍ଷିଣ-ପଶ୍ଚିମ ଦିଗରେ ପଡ଼ିଥିଲା । ଏହି ଅଂଚଳ ତାଇଓ୍ବାନ ନିକଟରେ ଥିଲେ ବି ଜାପାନର ଏକ୍ସକ୍ଲୁସିଭ ଇକନୋମିକ ଜୋନର ଅନ୍ତର୍ଗତ ଥିବାରୁ ଜାପାନ ତାହାକୁ ନେଇ କ୍ଷୁବଧ ହୋଇଛି ।

Related Articles

Back to top button