ପାକିସ୍ତାନର ରାୱଲପିଣ୍ଡି ଲ୍ୟାବରେ ଚୀନ ବୈଜ୍ଞାନିକମାନେ ମାରାତ୍ମକ ଭାଇରସ ଉପରେ କରୁଛନ୍ତି ଗବେଷଣା !

ନୂଆଦିଲ୍ଲୀ: ଉହାନ ଲ୍ୟାବରୁ କରୋନା ମହାମାରୀ ଭାଇରସ ଲିକ ହୋଇଥିବା କଳଙ୍କରୁ ମୁକ୍ତି ପାଇ ନ ଥିବା ଚୀନ ନାମରେ ଆଉ ଏକ ମାରାତ୍ମକ ଅଭିଯୋଗ ଆସିଛି । ଚୀନ ବୈଜ୍ଞାନିକମାନେ ପାକିସ୍ତାନର ରାୱଲପିଣ୍ଡି ଲ୍ୟାବରେ ଆଉ ଏକ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଚୀନ-ପାକିସ୍ତାନ ସାରା ବିଶ୍ୱ ପାଇଁ ଆଉ ଏକ ବିପଦ ଡାକି ଆଣିବାକୁ ଯାଉଛନ୍ତି । ଉହାନ ଲ୍ୟାବରେ କାର୍ଯ୍ୟରତ ବୈଜ୍ଞାନିକମାନେ ପାକ ଜେନେରାଲଙ୍କ ଛତ୍ରଛାୟାରେ ଦିନରାତି ଏକ କରି ଗବେଷଣ କରୁଛନ୍ତି । ପାକିସ୍ତାନ ଏହି ଖବରକୁ ଖଣ୍ଡନ କରିଥିଲେ ମଧ୍ୟ କେତେକ ପ୍ରମାଣ ଏ ନେଇ ସନ୍ଦେହ ସୃଷ୍ଟି କରିଛି ।

ବିଶ୍ୱରେ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ଚୀନ ଏହି କାର୍ଯ୍ୟ କରୁଛି । ପାକିସ୍ତାନର ଆର୍ଥୀକ ସ୍ଥିତି ଭଲ ନ ଥିବାରୁ ଚୀନ ଇସାରରେ ବସଉଠ ହେବା ଛଡା ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ପାକିସ୍ତାନରେ ରାଜନୈତିକ ଅଶାନ୍ତି ଯୋଗୁ ଏହା ବିରୋଧରେ କେହି ବି ମୁହଁ ଖୋଲିବାକୁ ଚାହୁଁ ନାହାନ୍ତି ।

 

Related Articles

Back to top button