ତାଇୱାନ ବାୟୁସୀମାରେ ୨୪ ଯୁଦ୍ଧ ବିମାନ ଉଡାଇଲା ଚୀନ, ହାଇ ଆଲର୍ଟରେ ତାଇପେ

ଚୀନ ବାରମ୍ୱାର ତାଇୱାନକୁ ନାଲି ଆଖି ଦେଖାଉଛି। ଗତ ଏକ ସପ୍ତାହରେ ଅନେକ ଥର ତାଇୱାନର ଏୟାରସ୍ପେସର ଉଲ୍ଲଂଘନ କରିଥିବା ଚୀନ ସେନା ଲଗାତାର ତାଇୱାନକୁ ଡରାଇବା କାମ କରୁଛି । ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦାବି କରିଛି ଯେ, ଚୀନର ୨୪ ଯୁଦ୍ଧ ବିମାନକୁ ତାର ବାୟୁସୀମାରେ ପ୍ରବେଶ କରିଥିଲା ।

ନାନ୍ସିଙ୍କ ତାଇୱାନ ଗସ୍ତ ପରଠୁ ବେଜିଂ ସ୍ୱଶାସିତ ଦ୍ୱୀପକୁ କବଜା କରିବା ପାଇଁ ଧମକ ଦେବା ସହ ଅନ୍ୟ ସୈନ୍ୟ ଅଭ୍ୟାସ କରିଥିଲା। ନିଜର ଶକ୍ତିଶାଳି ଯୁଦ୍ଧ ବିମାନକୁ ଏହି ଯୁଦ୍ଧାଭ୍ୟାସରେ ସାମିଲ କରାଇଥିଲା । ତେବେ ଗତ ବୁଧବାର ଚୀନ ନିଜର ସୈନ୍ୟ ଅଭ୍ୟାସ ଶେଷ କରିବା ନେଇ ଘୋଷଣା କରିଥିଲା।

ଗୋଟିଏ ଦିନ ପୂର୍ବରୁ ଗୁରୁବାର ଚୀନ ପୁଣି ଥରେ ତାଇୱାନକୁ ଧମକ ଦେଇଥିଲା । ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ବେନବିନ କହିଥିଲେ,’ ସ୍ୱାଧୀନତାର ପାଇଁ ବାହାର ଶକ୍ତି ସହ ମିଶିବା ତାଇୱାନ କେବଳ ନିଜର ବିନାଶକୁ ଆମନ୍ତ୍ରଣ କରୁଛି । ତାଇୱାନର ସ୍ୱପ୍ନ କେବେ ପୂରା ହେବ ନାହିଁ ଏବଂ ରାଷ୍ଟ୍ରୀୟ ହିତ ଉପରେ କୁଠାରଘାତ କରିବାର ଯେକୌଣସି ପ୍ରସାୟକୁ ବିଫଳ କରାଯିବ’।

Related Articles

Back to top button