ହିଂସାର ସ୍ଥିତିକୁ ଦେଖି ସଂରକ୍ଷଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ବାଂଲାଦେଶ ସୁପ୍ରିମକୋର୍ଟ

ସଂରକ୍ଷଣ ଦାବିରେ ବାଂଲାଦେଶରେ ଲାଗିଥିବା ହିଂସାର ସ୍ଥିତିକୁ ଦେଖିବା ପରେ ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି । ରବିବାର ଦିନ ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ତାଙ୍କ ବୟାନରେ କରହିଛନ୍ତି ସଂରକ୍ଷଣ ବିରୋଧରେ ଦେଶରେ ଲାଗିରହିଥିବା ଅଶାନ୍ତି, ଅନେକ ଲୋକଙ୍କ ଜୀବନହାନୀକୁ ନଜରରେ ରଖି କୋର୍ଟ ୯୩ ପ୍ରତିଶତ ସରକାରୀ ଚାକିରୀ ମେଧା ଆଧାରରେ ଦେବାକୁ ଆଦେଶ ଦେଇଛନ୍ତି । ବାକି ୭ ପ୍ରତିଶତ ୧୯୭୧ ମସିହାରେ ବାଂଲାଦେଶ ସ୍ୱତନ୍ତ୍ର ସଂଗ୍ରାମରେ ସହିଦ ହୋଇଥିବା ପରିବାର ଲୋକଙ୍କ ପାଇଁ ଛାଡି ଦିଆଯାଇଛି । ପୂର୍ବରୁ ଏହି ବର୍ଗର ଲୋକଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା ।ସଂରକ୍ଷଣକୁ ନେଇ ବାଂଲାଦେଶରେ ଗୋଟିଏ ସପ୍ତାହ ହେବ ହିଂସା ଲାଗି ରହିଥିଲା । ଏଥିରେ ୧ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ବାଂଲାଦେଶ ସରକାର ସାରା ରାଜ୍ୟରେ କଫ୍ୟୁ ଜାରି କରିଥିଲେ । ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । ସୁପ୍ରିମକୋର୍ଟ ତାଙ୍କ ଶୁଣାଣି ବେଳେ ପୂର୍ବ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ସରକାରୀ ଚାକିରି କ୍ଷେତ୍ରରେ ମେଧା ସୂଚୀ ମୁତାବକ ୯୩ ପ୍ରତିଶତ ଚାକିରି ମିଳିବ ବୋଲି କହିଛନ୍ତି ।

ବାଂଲାଦେଶରେ ଲାଗି ରହିଥିବା ହିଂସାର ମୂଳ କାରଣ ହେଉଛି ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ବିବାଦ । ୧୯୭୭ ମସିହାରେ ସ୍ୱତନ୍ତ୍ରତା ସେନାନୀ ପରିବାରକୁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ମିଳୁଥିଲା । ଗୋଟିଏ ଗୋଷ୍ଠୀ ଏହି ସଂରକ୍ଷଣ ବ୍ୟବସ୍ଥା ଜାରି ରହୁବୋଲି ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହି ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଦାବି କରି ହିଂସା କରୁଥିଲେ ।

Related Articles

Back to top button