କ୍ଷତିରେ ଚାଲିଛି ଶ୍ରୀଲଙ୍କା ସରକାରୀ ବିମାନ କମ୍ପାନୀ: ଏୟାର ଲାଇନ୍ସକୁ ଘରୋଇକରଣ କରିବାକୁ ଯୋଜନା

କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଗତ ବର୍ଷେ ହେଲା ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ବେଳେ ନାଗରିକଙ୍କ ଲାଗି ବିଦେଶରୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଲାଗି ବୈଦେଶିକ ମୁଦ୍ରାଭଣ୍ଡାର ଖାଲି ହୋଇଯାଇଛି। ଉପୁଜିଥିବା ପରିସ୍ଥିତିରେ ସରକାର ଏବେ ଶ୍ରୀଲଙ୍କା ଏୟାର ଲାଇନ୍ସ ବିକ୍ରି କରିଦେବାକୁ ଯୋଜନାରେ ଅଛନ୍ତି।

ଶ୍ରୀଲଙ୍କା ସରକାରୀ ବିମାନ କମ୍ପାନୀ ଗୁରୁତର କ୍ଷତିରେ ଚାଲିଛି। ଏଣୁ ଏଥିରୁ ସରକାର ନିଜକୁ ବାହାର କରି ନେଇ କମ୍ପାନୀକୁ ଘରୋଇକରଣ କରିବାକୁ ଯୋଜନା କରିଛନ୍ତି। ଦେଶ ଏବେ ନଗଦ ପାଇଁ ସଂଘର୍ଷ କରୁଥିବା ବେଳେ ଏୟାରଲାଇନ୍ସ ଚଳାଇବା ପାଇଁ ସରକାର ପଇସା କେଉଁଠୁ ଆଣିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଶ୍ରୀଲଙ୍କା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନିର୍ମଲ ସିରିପାଲା ଡି’ସିଲଭା ଗଣମାଧ୍ୟମ ସହ ଆଲୋଚନାରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏୟାର ଲାଇନ୍ସର ଖାଦ୍ୟପେୟ ଓ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ୟୁନିଟ୍‌ ପ୍ରତ୍ୟେକରୁ ୪୯ ପ୍ରତିଶତ ଅଂଶୀଦାରୀ ବିକିବାକୁ ଯୋଜନା କରାଯାଉଛି। ତେବେ ଏହି ସବୁ ସଂସ୍ଥାରେ ସରକାରଙ୍କ ୫୧ ପ୍ରତିଶତ ଅଂଶୀଦାରୀ ରହିବ। ସେହିପରି ଏୟାରଲାଇନ୍ସ ଏବେ ପୁନର୍ଗଠନର ଆବଶ୍ୟକତା କରୁଥିବା ଓ ସରକାର ଏବେକା ପରିସ୍ଥିତିରେ ଏୟାରଲାଇନ୍ସରେ ଆଉ ପଇସା ଲଗେଇ ପାରିବେନିବୋଲି ସଫାସଫା ଶୁଣେଇ ଦେଇଛନ୍ତି। ଡିସିଲଭା କହିଛନ୍ତି ଯେ ଏୟାରଲାଇନ୍ସ ଚଳାଇବା ପାଇଁ ସରକାର ବାର୍ଷିକ ୮୦ ବିଲିୟନ ଡଲାରରୁ ୨୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ବ୍ୟୟ କରୁଛନ୍ତି।

Related Articles

Back to top button