ଦୀପାବଳି ପାଳିଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ଓ୍ବାଶିଂଟନ: ଆମେରିକାର ନ୍ୟୁୟର୍କ ସିଟିସ୍ଥିତ ଆଇକନିକ୍‌ ଟାଇମ୍ସ ସ୍କୋୟାରରେ ଶୁକ୍ରବାରଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିଜ ବାସଭବନରେ ଆଲୋକର ପର୍ବ ପାଳନ କରିଛନ୍ତି। ଆମେରିକାରେ ବସବାସ କରୁଥିବା ବିଶିଷ୍ଟ ଭାରତୀୟ-ଆମେରିକୀୟମାନେ ଗୁରୁବାର ରାତିରୁ ରାଜଧାନୀକୁ ଯାତ୍ରା କରିବାରେ ଲାଗିଛନ୍ତି।

ବାଇଡେନ୍‌ ପ୍ରଶାସନ ଓ କଂଗ୍ରେସ ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବ ସପ୍ତାହେ ଧରି ଚାଲିବ। କମଲା ହାରିସ୍‌ ଅନେକ ବିଶିଷ୍ଟ ଭାରତୀୟ-ଆମେରିକୀୟ, କୂଟନୀତିଜ୍ଞ ଓ ପ୍ରଶାସନର ମେମ୍ବରଙ୍କୁ ଶୁକ୍ରବାର ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ। ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ମଧ୍ୟ ଆସନ୍ତା ୨୪ରେ ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ପାଳିବେ। ଆସନ୍ତା ବର୍ଷରୁ ନ୍ୟୁୟର୍କ ସିଟିର ସ୍କୁଲଗୁଡ଼ିକରେ ଦୀପାବଳି ପାଇଁ ସରକାରୀ ଛୁଟି ଘୋଷଣା କରାଯିବ।

Related Articles

Back to top button