ମହିଳାଙ୍କ ପେଟରୁ ବାହାରିଲା ୫୫ ବ୍ୟାଟେରୀ: ଚକିତ ହେଲେ ଡାକ୍ତର

ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ବିଭିନ୍ନ ବସ୍ତୁ ବାହାର କରିଥିବା କଥା ଶୁଣିଛନ୍ତି। ଏଭଳି ଅନେକ ସମୟରେ ଖବର ମଧ୍ୟ ଆସିଛି। ଏହାରି ମଧ୍ୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଡାକ୍ତର ଜଣେ ୬୬ ବର୍ଷୀୟ ମହିଳାଙ୍କ ପେଟରୁ ୫୫ ଟି ଏଏଏ ଏବଂ ଏଏ ବ୍ୟାଟେରୀ କାଢ଼ିଛନ୍ତି। କୁହାଯାଉଛି ମହିଳା ଜଣକ ନିଜକୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି କରିଥିଲେ।

ଘଟଣା ଆୟରଲାଣ୍ଡର। ମହିଳା ଡବଲିନର ସେଣ୍ଟ. ଭିନସେଣ୍ଟ ୟୁନିଭରସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ବ୍ୟାଟେରୀ ଗୁଡ଼ିକ ତାଙ୍କ ପେଟରେ ଅତି ଜଟିଳ ଭାବରେ ଫସିରହିଥିଲା। ଫଳରେ ମହିଳାଙ୍କୁ ତୀବ୍ର ଯନ୍ତ୍ରଣା ହୋଇଥିଲା। ଯାହାପରେ ଡାକ୍ତର ତାଙ୍କର ଏକ୍ସ ରେ କରିଥିଲେ ଏବଂ ସତ୍ୟ ଜଣାପଡ଼ିଥିଲା। ଯାହାପରେ ଡାକ୍ତର ଅପରେସନ କରି ବ୍ୟାଟେରୀଗୁଡ଼ିକ ବାହାର କରିଥିଲେ।

Related Articles

Back to top button