୩୦ ସେକେଣ୍ଡରେ ୩୨ ଥର ସ୍କିପିଂ ଖେଳି ଗିନିଜ ୱାର୍ଲଡ ରେକର୍ଡ କଲା କୁକୁର

କେବେ ଶୁଣିଛନ୍ତି କି ଗୋଟେ ପଶୁ ବିଶ୍ବ ରେକର୍ଡ କରିବାର ।  ଆାସନ୍ତୁ ଜାଣିବା ଏହା ବିଷୟରେ…

ବାଲୁ ନାମକ ଏକ କୁକୁର ଗିନିଜ ୱାର୍ଲଡ ରେକର୍ଡ କରିଛି। ଏହାର ମାଲିକ ଜର୍ମାନରୁ ଓ୍ବଲ୍‌ଫଗଙ୍ଗ ଲାଉନବର୍ଗର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ବାଲୁ ତା’ ପଛ ଗୋଡ଼ରେ ସର୍ବାଧିକ ଥର ଡେଇଁ ବିଶ୍ୱ ରେକର୍ଡ କରିଛି। ଏହି ରେକର୍ଡ ୧୨ ଜୁଲାଇ ୨୦୨୨ରେ ଜର୍ମାନର ଉତ୍ତର ରେନ୍‌ ଓ୍ବେଷ୍ଟଫାଲିଆର ଷ୍ଟୁକେନବ୍ରୋକ୍‌ରେ କରାଯାଇଛି।

ବାଲୁ ମାତ୍ର ୩୦ ସେକେଣ୍ଡରେ ୩୨ ଥର ସ୍କିପିଂ କରି ଏହି ରେକର୍ଡ ସୃଷ୍ଟି କରିଛି। କୁକୁର ତା’ ମାଲିକଙ୍କ ସହିତ ଦଉଡ଼ିଡିଆଁ ଖେଳୁଛି। ଉଭୟଙ୍କ ମଧ୍ୟରେ ଏଭଳି ସମନ୍ବୟ ଦେଖି ଜାଣିପାରୁଥିବେ ଯେ ସେମାନେ ଏଥିପାଇଁ ବହୁତ ଅଭ୍ୟାସ କରିଛନ୍ତି। କୁକୁରଟି ଉଭୟ ପଛ ଗୋଡ଼କୁ ଡେଇଁବାବେଳେ ଉଭୟ ଆଗ ଗୋଡ଼କୁ ଆଗକୁ ରଖିଛି, ଏହା ପୁଣି ଠିଆ ହୋଇ। କୁକୁରକୁ ମାଲିକ ମଧ୍ୟ ବହୁତ ସମର୍ଥନ କରୁଥିବା ଦେଖିବକୁ ମିଳିଛି ।

Related Articles

Back to top button