ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ, ଘଣ୍ଟାଏ ପରେ ମିଳିଲା ଜାମିନ୍‌

ନ୍ୟୁୟର୍କଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଗିରଫ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ଟଙ୍କା ଦେବା ଘଟଣା । ପର୍ଣ୍ଣ ଷ୍ଚାର ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଛି। ଏହି ପ୍ରସଙ୍ଗରେ ମୁହଁ ବନ୍ଦ ରଖିବା ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା।

ଗିରଫ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅପରାଧିକ ମାମଲାରେ ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଥିବା ଅଭିଯୋଗ ରହିଛି।

ହା ପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗ ସମ୍ପର୍କରେ ପଢ଼ି ଶୁଣାଇଥିଲେ ବିଚାରପତି । ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ । ଅର୍ଥାତ ସେ ଦୋଷ ସ୍ୱୀକାର କରି ନଥିଲେ । କୋର୍ଟରେ ପ୍ରାୟ ୫୭ ମିନିଟ ଧରି ଶୁଣାଣି ପ୍ରକ୍ରିୟା ଚାଲିଥିଲା । ଏହାପରେ ବେଲ୍‌ ପାଇଥିଲେ ଡୋନାଲ୍ଟ ଟ୍ରମ୍ପ।

ଜାମିନରେ ଯିବା ପରେ ଟ୍ରମ୍ପ କହିଛନ୍ତି, ସେ କେବେ ଭାବି ନଥିଲେ ଆମେରିକାରେ ଏମିତି ଘଟଣା ଘଟିବ । ମୁଁ କେବଳ ଗୋଟିଏ ଅପରାଧ କରିଛି । ସେଇଟା ହେଉଛି ନିର୍ଭୟର ସହ ନିଜ ଦେଶକୁ ବିନାଶ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ରକ୍ଷା କରିବା । ଅପରାଧିକ ମାମଲା ସାମନା କରିଥିବା ଆମେରିକାର ସେ ହୋଇଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି ।

Related Articles

Back to top button