
ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଭୂକମ୍ପ
ଜାକର୍ତ୍ତା: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ଗଭୀରତା ୭୦.୨ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା ଭୁକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।