
ଜାପାନରେ ଭୂକମ୍ପ, ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୧ ରେକର୍ଡ
ଟୋକିଓ: ଉତ୍ତର-ପୂର୍ବ ଏସୀୟ ଦେଶ ଜାପାନର ହୋକ୍କାଇଡୋ ଦ୍ୱୀପରେ ମଙ୍ଗଳବାର ଅପରାହ୍ନ ୧୪.୪୮ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିଥିବା ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ହୋକ୍କାଇଡୋ ଜାପାନର ଦ୍ୱିତୀୟ ବୃହତ୍ତମ ଦ୍ୱୀପ। ଏଠାରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହି ଦ୍ୱୀପରେ ବର୍ଷସାରା ଭୂକମ୍ପ ଆସିଥାଏ।