ଜାପାନରେ ଭୟଙ୍କର ଭୂମିକମ୍ପ

ଜାପାନର ଇଶିକାଓ୍ବା ପ୍ରାନ୍ତ ନୋଟୋ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହା ତୀବ୍ରତା ୫.୪ ଥିଲା। ଭୂକମ୍ପ ପ୍ରଭାବରେ ସୁନାମୀ ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଆଜି ଅପରାହ୍ନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ସୁଜୁ ସିଟିରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬ରୁ ୭ ଥିଲା। ସେହିପରି ଓ୍ବାଜିମା ସହରରେ ଏହାର ତୀବ୍ରତା ୪ ଥିଲା। ଜାପାନ ପାଣିପାଗ ବିଭାଗ କହିଛି, ଏହି ଭୂକମ୍ପ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ହୋଇଥିଲା।

କ୍ଷୟକ୍ଷତିର ପରିମାଣ ତୁରନ୍ତ ଆକଳନ କରି ଜନସାଧାରଣଙ୍କୁ ସଠିକ୍‌ ସୂଚନା ପ୍ରଦାନ କରିବା ଏବଂ ବିପର୍ଯ୍ୟୟକୁ ନେଇ ଜରୁରିକାଳୀନ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା କହିଛନ୍ତି।

  1. ସେ କହିଛନ୍ତି, ମୁଁ ଟାସ୍କଫୋର୍ସର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। ଶିକା ଆଣବିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ତଥା ନିକଟସ୍ଥ ଆଣବିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ଆସି ନାହିଁ। ତେବେ ଆମେ ଅତି ସତର୍କତାର ସହ ସମସ୍ତ ପଦକ୍ଷେପ ଗ୍ରହଣ କରିବା ଜାରି ରଖିବୁ ବୋଲି ସେ କହିଛନ୍ତି।

Related Articles

Back to top button