
ରାଜସ୍ଥାନ ସୀମା ନିକଟ ପାକିସ୍ତାନରେ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୪.୩
ଜୟପୁର: ରାଜସ୍ଥାନ ପ୍ରଦେଶ ନିକଟରେ ଥିବା ପାକିସ୍ତାନର ସୀମା ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ପାକିସ୍ତାନ ସୀମା ଅଞ୍ଚଳରେ ରହିଛି। ଗୁରୁବାର ସକାଳ ୯.୧୪ ସୃଷ୍ଟି ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି। ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।
୩ ଦିନ ପୂର୍ବେ ପାକିସ୍ତାନର ଅନେକ ସ୍ଥାନରେ ୬.୩ ଭୂକମ୍ପ ଅନୁଭୂତ ହୋଇଥିଲା। ଇସଲାମାବାଦ, ରାୱଲପିଣ୍ଡି ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଥିଲା।