ମିଆଁମାରରେ ବଡ଼ ଧରଣର ଭୂମିକମ୍ପ : ତୀବ୍ରତା ୪.୮

ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଥିଲା । ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନାହିଁ । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ମୁତାବକ, ରାତି ପ୍ରାୟ ୧ଟା ସମୟରେ ଭୂମିକମ୍ପ ଝଟକା ହୋଇଥିଲା । ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ ।ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୫୩ ମିନିଟରେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦୬ କିଲୋମିଟର ତଳେ ଅବସ୍ଥିତ। ତେବେ ଭୂମିକମ୍ପ ଯୋଗୁଁ କୌଣସି ଧନ ଜୀବନ କ୍ଷତିର ସୂଚନା ମିଳିନାହିଁ । କିମ୍ବା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ ।

ରାତିରେ ଲୋକେ ଶୋଇଥିବା ବେଳେ ଭୂକମ୍ପ କାରଣରୁ ଲୋକ ଭୟଭୀତ ହୋଇଯାଇଥିଲେ । ଝଟକା, କବାଟ ସବୁ ଦୋହଲି ଯାଇଥିଲା । ଭୟଭୀତ ହୋଇ ଲୋକେ ବାହାରକୁ ବାହାରି ଆସିଥିଲେ। କହିରଖୁଛୁ ଯେ, ଗତକିଛି ଦିନ ତଳେ ମିଆଁମାରରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୁତ ହୋଇଥିଲା । ସେହିପରି ଡିସେମ୍ବର ପୂର୍ବରୁ, ୪.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ।

Related Articles

Back to top button