ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ । ଉତ୍ତର ତୁର୍କିର ଅଙ୍କରା ଓ ଅଷ୍ଟାଣ୍ଟବୁଲ୍ ଅଞ୍ଚଳରେ ଝଟକା ଲଗିଛି । ବୁଧବାର ଭୋରରୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀୟ ହୋଇଛନ୍ତି ଲୋକେ ।

ୟୁରୋପିଆନ୍ ସିସ୍‌ମୋଲୋଜି ସେଣ୍ଟରର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର-ପଶ୍ଚିମ ଡର୍ଜ ଠାରୁ ୯ମାଇଲ୍ ଓ ଆଡ୍‌ପାଜନ ଠାରୁ ୩୨ ମାଇଲ୍ ଦୂରରେ ରହିଛି । ସେହିପରି ଏହାର କେନ୍ଦ୍ରବିନ୍ଦୁ  ଭୂପୃଷ୍ଠ ଠାରୁ ୧.୨୪ମାଇଲ୍ ଗଭୀରତାରେ ରହିଛି । ଭୂକମ୍ପ ପରେ ବିଦ୍ୟୁତ୍ ସରବରାହ, ମୋବାଇଲ ନେଟ୍ଓ୍ବର୍କ, ଇଣ୍ଟରନେଟ୍ ସବୁ କିଛି ବିଚ୍ଛିନ୍ନ ହୋଇଯାଇଛି । ଭୂମିକମ୍ପ ଯୋଗୁ ବହୁ ଧନଜୀବନ ନଷ୍ଟ ହୋଇଥିବା ଜଣାପଡ଼ିଛି ।

Related Articles

Back to top button