ତୁର୍କୀ ଏବଂ ସିରିଆରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ

ଆଙ୍କରା: ତୁର୍କୀ ଏବଂ ସିରିଆରେ ଦୁଇଟି ଶକ୍ତିଶାଳୀ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୩୬୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ତୁର୍କୀର ଆଦାନା ସହରରେ ୧୭ ମହଲା ଏବଂ ୧୪ ମହଲା କୋଠା ଭୁଶୁଡି ପଡିଛି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସ୍ଥାନୀୟ ସମୟ ଭୋର ୪.୧୭ରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ କିଛି ମିନିଟ ପରେ କେନ୍ଦ୍ରୀୟ ତୁର୍କୀରେ ଦ୍ୱିତୀୟ କମ୍ପନ ଅନୁଭୂତ ହୋଇଥିଲା। ତୁର୍କୀରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ରେ ମାପ କରାଯାଇଥିଲା। ଦକ୍ଷିଣ ତୁର୍କୀରେ ଏହି ଭୂକମ୍ପ ଘଟିଛି। ଅନେକ ଆପାର୍ଟମେଣ୍ଟ ଏଠାରେ ଭୁଶୁଡି ପଡିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ଏଥି ସହିତ ଭୂକମ୍ପ ପରେ ତୁର୍କୀ ଅନ୍ତର୍ଜାତୀୟ ସହାୟତା ପାଇଁ ନିବେଦନ କରିଛି। ତୁର୍କୀ ପରେ ସିରିଆରେ ମଧ୍ୟ ଏକ ବଡ଼ କ୍ଷତି ହୋଇଛି। ଏପର୍ଯ୍ୟନ୍ତ ଏଠାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି।

Related Articles

Back to top button