ପାକିସ୍ତାନରେ ଦେଖାଦେଲାଣି ଅର୍ଥନୈତିକ ସଂକଟ

ଇସଲାମବାଦ: ଧୀରେ ଧୀରେ ଅର୍ଥନୈତିକ ସ୍ତରରେ ଦୁର୍ବଳ ହେଉଛି ପାକିସ୍ତାନ। ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକ୍‌ ଛନ୍ଦି ହୋଇଯାଇଛି। ଶ୍ରୀଲଙ୍କା ପରେ ପାକିସ୍ତାନରେ ଅର୍ଥନୈତିକ ସଂକଟ ଦେଖାଦେଲାଣି। କାରଣ ବାଣିଜ୍ୟ କ୍ଷେତ୍ରରେ ପାକିସ୍ତାନ ଦୁର୍ବଳ ହେଉଛି । ଗତ ଆର୍ଥିକ ବର୍ଷରେ ପାକିସ୍ତାନ ବାଣିଜ୍ୟ କାରବାର ୪୮.୬୬% ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ଗୋଟିଏ ବର୍ଷ ପୂର୍ବରୁ ୩୦.୯୬ ବିଲିୟନ ଡରାର ରହିଥିବା ବେଳେ ଏହା ୫୭ ପ୍ରତିଶତକୁ ବୃଦ୍ଧି ପାଇଛି।

ପାକିସ୍ତାନର ଖବରକାଗଜ ‘ଦ ଡନ୍‌’ ଏନେଇ କିଛି ତଥ୍ୟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ଶାହାବାଜ ସରିଫ ସରକାର ମେ’ ମାସରେ ୮ଶହରୁ ଅଧିକ ବିଳାଶପୂର୍ଣ୍ଣ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ତଥାପି ପାକିସ୍ତାନରେ ବାଣିଜ୍ୟ କରାବାରରେ ନିଅଣ୍ଟ ଦେଖାଦେଇଛି।

 

Related Articles

Back to top button