ପ୍ୟାରିସ୍ ରେ ସେପ୍ଟେମ୍ବର ୧ରୁ ରେଣ୍ଟାଲ ଇଲେକ୍ଟ୍ରିକ୍ ସ୍କୁଟର ବ୍ୟାନ୍

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ ରେ ପ୍ୟାରିସ୍ ରେ ରେଣ୍ଟାଲ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସୂଚନା ମିଳିଛି । ଫ୍ରାନ୍ସର ରାଜଧାନୀ ମେୟର କହିଛନ୍ତି ଯେ ଜନସାଧାରଣଙ୍କ ଭୋଟିଂ ପରେ ଏହି ନିଷ୍ପିତି ନିଆଯାଇଛି ।

ବାସ୍ତବରେ, ପ୍ୟାରିସରେ ଇଲେକ୍ଟ୍ରିକ୍ ସ୍କୁଟର ଭଡା କରିବାର ଏକ ଧାରା ଅଛି । ବର୍ତ୍ତମାନ ଏଠାକାର ଲୋକମାନେ ଏହି ସ୍କୁଟରଗୁଡ଼ିକୁ ରାସ୍ତାରୁ ହଟାଇବାକୁ ଭୋଟ୍ ଦେଇଛନ୍ତି, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ, ଇ-ସ୍କୁଟର ଅପରେଟରମାନେ ଆଶା କରୁଛନ୍ତି ଯେ ସରକାର ଏହି ନିଷ୍ପତ୍ତି ବଦଳାଇ ଏକ ନୂତନ ଯୋଜନା କାର‌୍ୟ୍ୟକାରୀ କରିବେ। ସିଟି ହଲ୍ ଟ୍ୱିଟର ଆକାଉଣ୍ଟ ଅନୁଯାୟୀ ୮୯% ଲୋକ ଇ-ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଇବାକୁ ଭୋଟ୍ ଦେଇଛନ୍ତି।

ଫ୍ରାନ୍ସର ରାଜଧାନୀରେ ଇ-ସ୍କୁଟର ଦ୍ୱାରା ଆହତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମତଦାନ କରାଯାଇଥିଲା । ସହରର ୧.୩୮ ନିୟୁତ ଲୋକଙ୍କ ମଧ୍ୟରୁ କେବଳ ୧,୦୩,୦୦୦ ମତଦାନରେ ଅଂଶଗ୍ରହଣ କରିଥିଲେ ଏବଂ ଏଥିମଧ୍ୟରୁ ୯୧,୩୦୦ ରୁ ଅଧିକ ଲୋକ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଇ ସପକ୍ଷରେ ମତ ଦେଇଥିଲେ। ଏହି ଭୋଟ୍ ପାଇଁ ସହରର ଅନେକ ସ୍ଥାନରେ ବାଲାଟ୍ ବକ୍ସ ଲଗାଯାଇଥିଲା ଯେଉଁଥିରେ ଲୋକମାନେ ସେମାନଙ୍କର ଭୋଟ୍ ପଞ୍ଜିକରଣ କରିଥିଲେ ।

Related Articles

Back to top button