‘ଟ୍ୱିଟର’ ପରିଚାଳନା ଭାର ଗ୍ରହଣ କଲେ ଏଲନ୍‌ ମସ୍କ୍‌: ପରାଗ ଅଗ୍ରୱାଲ୍‌ ବହିଷ୍କୃତ

ସାନ୍‌ ଫ୍ରାନ୍‌ସିସ୍‌କୋ: ଟ୍ୱିଟର କିଣିଲେ ଏଲନ ମସ୍କ । ବହୁ ଦିନର ବାଦ ବିବାଦ ପରେ ଶେଷରେ ଟ୍ୱିଟରକୁ କିଣିନେଇଛନ୍ତି ବିଶ୍ବର ସବୁଠୁ ଧନୀ ଏଲନ ମସ୍କ । ଟ୍ୱିଟର କିଣିବା ପରେ ଏହାର ପରିଚାଳନାରେ ଅନେକ ପରିବର୍ତ୍ତନ କରିଛନ୍ତି ଏଲନ ।

ଟ୍ୱିଟରର ପରିଚାଳନା ଭାର ଗ୍ରହଣ କରିବା ପରେ  ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ପରାଗ ଅଗ୍ରୱାଲ୍‌ଙ୍କୁ ବାହାର କରିଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ପୂର୍ବରୁ 44 ବିଲିୟନ ଡ଼ଲାରର ଟ୍ୱିଟର ଅଧିଗ୍ରହଣ ଚୁକ୍ତି କରିବା ପରେ ଜାଲ ଆକାଉଂଟ ହଟାଇବା ପାଇଁ ଦାବି କରିଥିଲେ ମସ୍କ । କିନ୍ତୁ ଟୁଇଟରର ଅଧିକାରୀମାନେ ମସ୍କଙ୍କ ଦାବି ଶୁଣି ନଥିଲେ । ଏଥିପାଇଁ ସେ କିଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ପରେ ଏହି ମାମଲା କୋର୍ଟକୁ ଯାଇଥିଲା ।  ସିଇଓ ଭାବେ ଏଲୋନ୍ ମସ୍କ ବର୍ତ୍ତମାନ ଟ୍ୱିଟର ଦାୟିତ୍ ରେ ଅଛନ୍ତି ବୋଲି ସିଏନବିସି, ଫକ୍ସ ନିଉଜ ପ୍ରକାଶ କରିଛି ।

Related Articles

Back to top button