ଟ୍ୱିଟର କର୍ମଚାରୀଙ୍କ ଲାଗି ନୂଆ ଡ୍ୟୁଟି ଆୱାର: ଦୈନିକ ୧୨ ଘଣ୍ଟା, ସପ୍ତାହକୁ ୭ ଦିନ ଚାକିରୀ

ସାନଫ୍ରାନସିସ୍କୋ: ଟେସ୍ଲା ସିଇଓ ଏଲନ ମସ୍କ ନିକଟରେ ଟ୍ୱିଟରକୁ କ୍ରୟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ ଲାଗି ମସ୍କ କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ମସ୍କଙ୍କ ଏହି ନିଷ୍ପତ୍ତି କର୍ମଚାରୀଙ୍କ ଲାଗି କ୍ଷତିର କାରଣ ବୋଲି କୁହାଯାଉଛି। ମସ୍କ କର୍ମଚାରୀଙ୍କ ଲାଗି ନୂଆ ଡ୍ୟୁଟି ଆୱାର ଘୋଷଣା କରିଛନ୍ତି। ଏଥିରେ ଟ୍ୱିଟରର ଇଞ୍ଜିନିୟରମାନଙ୍କୁ ସପ୍ତାହକୁ ୭ ଦିନ ଓ ଦୈନିକ ୧୨ ଘଣ୍ଟା ସିଫ୍ଟରେ କାମ କରିବା ଲାଗି ମସ୍କ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ୱିଟର ମ୍ୟାନେଜମେଣ୍ଟ କର୍ମଚାରୀମାନଙ୍କୁ ମସ୍କଙ୍କ ନୂଆ ନିଷ୍ପତ୍ତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଅତିରିକ୍ତ ଘଣ୍ଟା କାମ କରିବାକୁ କହିଛନ୍ତି। ସୂତ୍ରରୁ ଆସୁଥିବା ସୂଚନା ଅନୁସାରେ କର୍ମଚାରୀଙ୍କ ସହ ଓଭରଟାଇମ ବେତନ ଓ ନିଯୁକ୍ତି ସୁରକ୍ଷା ବାବଦେ ଆଲୋଚନା ନ କରି ଅଧିକ କାମ କରିବାକୁ କୁହାଯାଉଛି। ଏଥିଲାଗି ଇଞ୍ଜିନିୟରମାନଙ୍କୁ ନଭେମ୍ବର ପ୍ରାରମ୍ଭ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରି ନ ପାରିଲା, ଏଥିରେ ସେମାନଙ୍କ ଚାକିରୀ ଯିବାର ମଧ୍ୟ ସମ୍ଭାବନା ରହିଛି।

Related Articles

Back to top button