ଭାରତୀୟ ନାଗରିକ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ନିର୍ଦେଶ ଜାରି କଲା ଭାରତୀୟ ଦୂତାବାସ

କ୍ୱିଭ: ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତୀୟ ଦୂତାବାସ  ନିର୍ଦେଶ ଜାରି କରିଛି। ଏଥିରେ କୁହାଯାଇଛି ଯେ ଭାରତୀୟମାନେ ଯଥାଶୀଘ୍ର ୟୁକ୍ରେନ ଛାଡିଦେବା ଉଚିତ । ୟୁକ୍ରେନର କ୍ୟୁବରେ  ଥିବା ଭାରତୀୟ ଦୂତାବାସ ଗତ ଦୁଇଦିନ ଧରି ଋଷର ଜୋରଦାର ଆକ୍ରମଣ ପରେ ଏପରି ନିର୍ଦେଶ ଜାରି ରକିଛି ।  ସୁରକ୍ଷା ଅବସ୍ଥା ଖରାପ ହେଉଥିବାରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଜନତା ୟୁକ୍ରେନ ଛାଡି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦେଶ ଜାରି କରିବା ସହ ଦୂତାବାସ ସହ ସଂପର୍କ ସ୍ଥାପନ ପାଇଁ କୁହାଯାଇଛି । ଏହା ସହ ଏଭଳି ଯୁଦ୍ଧ ସମୟରେ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ନ ଯିବାକୁ ପରାମର୍ଶ ଦିଆଯାଇଛି। ରାଜଧାନୀ କ୍ୱିଭରେ  ଏବେ ଋଷ ସେନା ପକ୍ଷରୁ ଘନ ଘନ ବୋମା ବର୍ଷଣ ହେଉଛି।

ଋଷ ନିଜ ଅଂଚଳ ଘୋଷଣା କରିଥିବା 4ଟି ସହରରେ ମାର୍ଶାଲ ଲ ଲାଗୁ କରିଛି । ୟୁକ୍ରେନ ସେନା ପକ୍ଷରୁ ଋଷ ସେନାକୁ କଡା ଟକ୍କର ଦିଆଯାଉଥିବାରୁ ଦୁଇ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏହି ସହରରେ ଉପସ୍ଥିତ ଛାତ୍ରଙ୍କ ସମେତ ଭାରତୀୟ ନାଗରିକମାନଙ୍କୁ ଶୀଘ୍ର ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି।

ମାର୍ଶାଲ ଲ ଲାଗୁ ହୋଇଥିବାରୁ ଏହି ସବୁ ସହରରେ ଲୋକେ ଏବେ ଘରୁ ବାହାରିପାରିବେ ନାହିଁ । ଏପରିକି ସଭା କରିପାରିବେ ନାହିଁ କି ଆନ୍ଦୋଳନ କରିପାରିବେ ନାହିଁ । ଆଇନ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଋଷ ସେନା ବନ୍ଦି କରିପାରିବେ ।

Related Articles

Back to top button