ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ ଚୀନ୍‌

ନୂଆଦିଲ୍ଳୀ: ପୃଥିବୀର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍ । ବର୍ତ୍ତମାନ ଏହାର ଜନସଂଖ୍ୟା ହ୍ରାସ୍‌ ହେତୁ ଚିନ୍ତାର କାରଣ ପାଲଟିଛି। । ଏହି ଚିନ୍ତା କେତେ ଅଧିକ ତାହା ସେତେବେଳେ ଜଣା ପଡିଲା । ଯେତେବେଳେ ଜଣେ ନବ ବିବାହିତ ମହିଳା ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ତାଙ୍କୁ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏକ କଲ ଆସିଛି। ଯେଉଁଥିରେ ତାଙ୍କୁ ଗର୍ଭବତୀ କେବେ ହେବ ବୋଲି ପଚରାଯାଇଥିଲା। ଅନ୍ୟ ଜଣେ ମହିଳା ତାଙ୍କ ସହକର୍ମୀଙ୍କୁ ଏପରି କଲ୍ ବିଷୟରେ ପଚାରିଥିଲେ। ଫୋନ୍ ମାଧ୍ୟମରେ ଅଧିକାରୀ ଉକ୍ତ ମହିଳାଙ୍କୁ କହିଥିଲେ ଯେ ସରକାର ଚାହୁଁଛନ୍ତି ଯେ ନବ ବିବାହିତ ମହିଳା ଏକ ବର୍ଷ ମଧ୍ୟରେ ଗର୍ଭବତୀ ହୁଅନ୍ତୁ ।

ଆଉ ଜଣେ ମହିଳା ମନ୍ତବ୍ୟରେ ଲେଖିଛନ୍ତି ଯେ ସେ ଗତ ବର୍ଷ ଅଗଷ୍ଟରେ ବିବାହ କରିଥିଲେ ଏବଂ ସେବେଠାରୁ ତାଙ୍କୁ ଗର୍ଭବତୀ ହେବା ବିଷୟରେ ଦୁଇଟି କଲ ଆସିଛି। ସେ କହିଥିଲେ ଯେ ଫୋନରେ ଅଧିକାରୀମାନେ ତାଙ୍କୁ କୁହନ୍ତି ଯେ – ତୁମେ ବିବାହିତ, ତେବେ ତୁମେ ଏପର୍ଯ୍ୟନ୍ତ ପିଲା ପାଇଁ କାହିଁକି ଯୋଜନା କରିନାହଁ? ଶିଶୁକୁ ଜନ୍ମ ଦେବା ପାଇଁ ସମୟ ବାହାର କରନ୍ତୁ। ମହିଳାଙ୍କ ଏହି ପୋଷ୍ଟର କମେଣ୍ଟରେ ପ୍ରାୟ ୧୦ ହଜାର ଲୋକ ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି ଯେ ସେମାନେ ମଧ୍ୟ ସମାନ କଲ ପାଇଛନ୍ତି। ପରେ ପ୍ରଶାସନଙ୍କ ପକ୍ଷରୁ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ସପ୍ତାହରେ ଏକ କମ୍ୟୁନିଷ୍ଟ ପାର୍ଟି ବୈଠକରେ ଘୋଷଣା କରିଥିଲେ ଯେ ଜନ୍ମ ହାର ବୃଦ୍ଧି ତଥା ଦେଶର ଜନସଂଖ୍ୟା ବିକାଶର ଉନ୍ନତି ଆଣିବା ପାଇଁ ଦେଶ ଏକ ନୀତି ପ୍ରସ୍ତୁତ କରିବ। ଚୀନ୍ ମଧ୍ୟ ଏହା ସ୍ୱୀକାର କରିଛି ଯେ ଏହାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

କହିବାକୁ ଗଲେ ୨୦୧୯ଅନୁଯାୟୀ ଚୀନ ବର୍ତ୍ତମାନ ୧.୪୪ ବିଲିୟନ ଜନସଂଖ୍ୟା ସହିତ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ମାନ୍ୟତା ଭାରତର ଜନସଂଖ୍ୟା ୧.୩୯ ବିଲିୟନ ଅଟେ। ବିଶ୍ର ଜନସଂଖ୍ୟାରେ ଚୀନ୍‌ ୧୯% ଏବଂ ଭାରତର ୧୮% । ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନ୍ ତୁଳନାରେ ଅଧିକ ହେବ। ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ରୁ ୨୦୫୦ ମଧ୍ୟରେ ଚାଇନାର ଜନସଂଖ୍ୟା ୩୧.୪ ନିୟୁତ କିମ୍ବା ପ୍ରାୟ ୨.୨ ପ୍ରତିଶତ ହ୍ରାସ ପାଇବ।

Related Articles

Back to top button