ଗାଜାପଟିରୁ ନିୟନ୍ତ୍ରଣ ହରାଇଲା ହମାସ ଆତଙ୍କୀ ।

ଗାଜାପଟିରୁ ନିୟନ୍ତ୍ରଣ ହରାଇଲା ହମାସ ଆତଙ୍କୀ । ଦୀର୍ଘ ୧୬ ବର୍ଷ ପରେ ହମାସ ନିୟନ୍ତ୍ରଣ ହରାଇଛି ବୋଲି ଦାବି କରିଛି ଇସ୍ରାଏଲ ସେନା । ଏବେ ହମାସର ଶିଫା ହସ୍ପିଟାଲ ଆଗରେ ଇସ୍ରାଏସ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବଜାତ ଶିଶୁ ଓ ସାଧାରଣ ଲୋକ । ଇନ୍ଧନ ଯୋଗାଣ ବନ୍ଦ ହେତୁ ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ ଶିଫାର ଆଇସିୟୁରେ ଭର୍ତି ହୋଇଥିବା ତିନିଜଣ ଶିଶୁ ପ୍ରାଣ ହରାଇଛନ୍ତି । ଡାକ୍ତର କହିଛନ୍ତି ଯେ ଯଦି ଇନ୍ଧନ ଯୋଗାଣ ଅଧିକ ଯୋଗାଇ ଦିଆଯାଏ ନାହିଁ, ତେବେ ୩୦ଟି ଅକାଳ ଶିଶୁଙ୍କ ଜୀବନ ଯାଇପାରେ । ଇସ୍ରାଏଲର ସାମରିକ ମୁଖପାତ୍ର କହିଛନ୍ତି ଯେ ଅଲ ଶିଫା ଡାକ୍ତରଖାନାରେ ଅକାଳ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ଇନ୍ଧନ ଜରୁରୀ । ଏବଂ ହାମାସ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛି ।

ବିବିସି ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୯ ଟା ସମୟରେ ଇସ୍ରାଏଲର ସୁରକ୍ଷା ଏଜେନ୍ସି ଦାବି କରିଛି ଯେ ହମାସ୍ ହସ୍ପିଟାଲରୁ ରକେଟ୍ ଫିଙ୍ଗିଛି । ଏହି ସମୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହିଜବୁଲଙ୍କୁ ଚେତାବନୀ ଦେଇଛନ୍ତି ଯେ ଆମ ସୈନ୍ୟ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିମାନେ ନିଆଁ ସହ ଖେଳୁଛନ୍ତି । ଏ ପର୍ଯ୍ୟନ୍ତ ଆମେ ଆମର ଅଳ୍ପ ଶକ୍ତି ବ୍ୟବହାର କରିଛୁ । ହାମାସ ଧ୍ୱଂସ ହେବ ବୋଲି ସେ ଦୃଢତାର ସହ କହିଛନ୍ତି । ଗାଜାର ଉତରରେ ଥିବା ସମସ୍ତ ଡାକ୍ତରଖାନା ସେବା ବାହାରେ ରହିଛି ବୋଲି ଜଣାପଡିଛି । ଏହି ଯୁଦ୍ଧରେ ପାଲେଷ୍ଟାଇନର ୧୧ ହଜାର ୨୪୦ ଲୋକ ପ୍ରାଣ ହରାଇଛନ୍ତି । ଯେତେବେଳେ କି ଇସ୍ରାଏଲର ୧୨୦୦ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ବ୍ୟତୀତ ପ୍ରାୟ ୨୪୦ ଜଣଙ୍କୁ ହମାସ୍ ବନ୍ଧକ ରଖିଛି ।

Related Articles

Back to top button