କାର୍ ଦୁର୍ଘଟଣା ପାଇଁ ଦୁଇ ବ୍ୟକ୍ତିଙ୍କୁ ୯୦ ଲକ୍ଷ ଟଙ୍କାର ଜୋରିମାନା

ଦୁବାଇ: କାର୍ ଦୁର୍ଘଟଣା ପାଇଁ ୨ ଜଣ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ଜୋରିମାନା ଲାଗୁ କରାଯାଇଛି। ଉଭୟଙ୍କୁ ମୋଟ ୯୦,୧୮,୪୩୬ ଟଙ୍କା ଦେବାକୁ କୁହାଯାଇଛି। ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭାରତର ଓ ଆଉ ଜଣେ ବାଂଲାଦେଶର। ଗତ ଜୁଲାଇ ମାସରେ ଦୁବାଇରେ ଘଟିଥିବା କାର୍‌ ଦୁର୍ଘଟଣାରେ ୨ ଜଣ ସାଉଦି ମହିଳାଙ୍କ ମୃତ୍ୟୁ ଘଟିଥିଲା।

ଏହି ମାମଲାର ଶୁଣାଣି କରି ଦୁବାଇର ସ୍ଥାନୀୟ କୋର୍ଟ ଦୁଇ ବ୍ୟକ୍ତିଙ୍କ ଉପରେ ଜୋରିମାନା ଲାଗୁ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଭାରତୀୟ ଡ୍ରାଇଭରଙ୍କ ଉପରେ ବେପରୁଆ ଗାଡ଼ି ଚାଳନା ପାଇଁ ୪୫,୦୯୨ ଟଙ୍କା ଜୋରିମାନା ଲାଗିଛି। ସେହିପରି ବ୍ଲଡ ମନି ବା ମୃତ୍ୟୁ ପାଇଁ କ୍ଷତିପୂରଣ ବାବଦରେ ତାଙ୍କୁ ୧୮,୦୩,୬୮୭ ଟଙ୍କା ଦେବାକୁ ପଡ଼ିବ। ବାକି ଟଙ୍କା ବାଂଲାଦେଶୀ ଜଣଙ୍କ ଦେବେ।

Related Articles

Back to top button