କୋକେନ କାରବାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର

କୋକେନ କାରବାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲ। ତେବେ ଆଶ୍ଵସ୍ତିକର କଥା ହେଉଛି, ବଡ଼ ପରିମାଣର ଡ୍ରଗ୍ସ କାରବାରରେ ସାମିଲ ନେଇ ତାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ଅଷ୍ଟ୍ରେଲିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଠ ସପ୍ତାହ ପରେ ତାଙ୍କୁ ଦଣ୍ଡିତ କରାଯିବ।୫୪ ବର୍ଷୀୟ ପୂର୍ବତନ ଲେଗ୍ ସ୍ପିନରଙ୍କୁ ୨୦୨୧ ମସିହା ଏପ୍ରିଲ ମାସରେ ସିଡନୀ ଜିଲା କୋର୍ଟର ଖଣ୍ଡପୀଠ ୩୩୦୦୦୦ ଅଷ୍ଟ୍ରେଲୀୟ ଡଲାର ମୂଲ୍ୟର ଏକ କିଲୋ କୋକେନ୍ କାରବାରରେ ସମ୍ପୃକ୍ତି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କିନ୍ତୁ ଡ୍ରଗ୍ସ ଯୋଗାଣରେ ସାମିଲ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Related Articles

Back to top button