ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କ ପରଲୋକ

ମିଲାନ: ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କର ସୋମବାର ପରଲୋକ ଘଟିଛି। ସେ ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ୮୬ ବର୍ଷୀୟ ବର୍ଲୁସ୍କୋନି ଗତ ୬ ସପ୍ତାହ ଧରି ମିଲାନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନେକ ବିବାଦରେ ବର୍ଲୁସ୍କୋନିଙ୍କ ନାଁ ରହିଛି। ୨୦୧୭ରେ ସେ ଏକ ଯୌନ କେଳେଙ୍କାରୀ ମାମଲାରେ ଫସିଥିଲେ। ଏଥିସହ ତାଙ୍କ ବିରୋଧ ଦୁର୍ନୀତି ଓ ଟିକସ ଫାଙ୍କି ଅଭିଯୋଗ ଅଧ୍ୟ ରହିଛି।

୧୯୩୬ ମସିହାରେ ଇଟାଲୀର ମିଲାନ ସହରରେ ଜନ୍ମଗ୍ରହଣ କରିଥିବା ସିଲ୍‌ଭିଓ ବର୍ଲୁସ୍କୋନି ଇଟାଲୀର ସର୍ବବୃହତ ବ୍ୟବସାୟିକ ପ୍ରସାରଣକାରୀ ମିଡିଆସେଟ୍‌ର ମାଲିକ ଥିଲେ। ଏଥିସହ ସେ ପ୍ରସିଦ୍ଧ ଫୁଟବଲ କ୍ଲବ ଏସି ମିଲାନର ମାଲିକ ମଧ୍ୟ ଥିଲେ। ୨୦୧୨ରେ ତାଙ୍କ ବିରୋଧରେ ଟିକସ ଫାଙ୍କି ଅଭିଯୋଗ ହୋଇଥିଲା। ଇଟାଲୀ ରାଜନୀତିରେ ସିଲ୍‌ଭିଓ ବର୍ଲୁସ୍କୋନି କିଙ୍ଗ୍‌ମେକର ଭାବେ ପରିଚିତ।

Related Articles

Back to top button