କାନାଡାରେ ଗିରଫ ହୋଇଥିବା ୪ଜଣ ଭାରତୀୟଙ୍କୁ ମିଳିଛି ଆଶ୍ୱସ୍ତି

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହୋଇଥିବା ୪ଜଣ ଭାରତୀୟଙ୍କୁ ମିଳିଛି ଆଶ୍ୱସ୍ତି। କାନାଡାର ଏକ କୋର୍ଟ ଏହି ୪ଜଣ ଭାରତୀୟଙ୍କୁ ଜାମିନ ମଂଜୁର କରିଛନ୍ତି। ମେ’ ୨୦୨୪ରେ ଏ ସମସ୍ତଙ୍କୁ ଗିରଫ କରିଥିଲା ରୟାଲ୍ କାନାଡିଆନ ମାଉଣ୍ଟେଡ୍ ପୁଲିସ।କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ଜଣ ଭାରତୀୟ ହେଉଛନ୍ତି କରନ ବ୍ରାର, ଅମନଦୀପ ସିଂହ, କମଲପ୍ରୀତ ସିଂହ ଓ କରନପ୍ରୀତ ସିଂହ। ଏ ସମସ୍ତଙ୍କ ବିରୋଧରେ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ଭଳି ସଂଗୀନ ମାମଲା ରୁଜୁ କରିଥିଲା କାନାଡା ପୁଲିସ।ତେବେ ଏମାନଙ୍କୁ ଜାମିନ ମଂଜୁର କରିବା ପରେ ମାମଲାର ଶୁଣାଣି ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୧ରେ ହେବ।୧୮ ଜୁନ ୨୦୨୩ରେ, ଖଲିସ୍ତାନି ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କୁ ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରର ପାର୍କିଂ ସ୍ଥାନରେ ଗୁଳି କରି ହତ୍ୟା କରାଯାଇଥିଲା।

Related Articles

Back to top button