ଭାରତକୁ ଫେରିପାରେ ହତିଆର କାରବାର ସହ ଜଡ଼ିତ ଥିବା ସଞ୍ଚୟ ଭଣ୍ଡାରୀ, ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଲେ ୟୁକେ କୋର୍ଟ
ନୂଆଦିଲ୍ଳୀ: ହତିଆର କାରବାର ସହ ଜଡ଼ିତ ଥିବା ସଞ୍ଚୟ ଭଣ୍ଡାରୀକୁ ଖୁବଶୀଘ୍ର ଭାରତ ଅଣାଯାଇପାରେ। ୟୁକେର ଏକ ଅଦାଲତ ସଞ୍ଜୟ ଭଣ୍ଡାରୀଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି। ତାଙ୍କ ଉପରେ ଟ୍ୟାକ୍ସ ଚୋରୀ ଏବଂ ମନି ଲଣ୍ଡ୍ରିଂ ମାମଲାରେ ସଂପୃକ୍ତ ଅନେକ ମାମଲା ଚାଲିଛି। ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତୀୟ ଅଧିକାରୀ ଦୁଇଥର ଅନୁରୋଧ କରିଥିଲେ। ୨୦୨୦ ରେ ତାଙ୍କୁ ଗିରଫ କରାଯାଇଥିଲା ।
ସୂଚନାଯୋଗ୍ୟ, ଭାରତ ସରକାର ପୂର୍ବରୁ ହିଁ ସଞ୍ଚୟ ଭଣ୍ଡାରୀଙ୍କୁ ପଳାତକ ଘୋଷଣା କରିଛନ୍ତି। ସେ ବ୍ରିଟେନ ପଳାୟନ କରିବା ପରଠାରୁ ତାକୁ ଭାରତ ଆଣିବାକୁ ଚେଷ୍ଟା ଜାରି ରହିଛି। ଏଥିପାଇଁ ଭାରତ ସରକାରଙ୍କ ତରଫରୁ ଅନେକ ଥର ଅପିଲ୍ କରାଯାଇଥିଲା। ଏବେ ବ୍ରେଷ୍ଟମିନ୍ସଷ୍ଟର କୋର୍ଟଙ୍କ ନିଷ୍ପତ୍ତି ପରେ ଭଣ୍ଡାରୀଙ୍କ ଅସୁବିଧା ବଢ଼ିଛି।
ପ୍ରକୃତରେ ଭଣ୍ଡାରୀଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ବଡ଼ ଆକାରରେ କଳାଧନ ବିଦେଶକୁ ପଠାଇଥିଲେ। ଏମିତିକି ଟ୍ୟାକ୍ସ ଦେବାରୁ ବର୍ତ୍ତିବା ପାଇଁ ନିଜ ସାଥୀଙ୍କ ସହାୟତାରେ ଭଣ୍ଡାରୀ ଟଙ୍କା ବାହାରକୁ ପଠାଇଥିଲେ। ପରେ ସଞ୍ଚୟ ଭଣ୍ଡାରୀଙ୍କ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ସହ ସଂପର୍କ ସାମ୍ନାକୁ ଆସିଥିଲା।
ଆୟକର ବିଭାଗ ଅନୁଯାୟୀ, ଭଣ୍ଡାରୀଙ୍କ ଅନେକ ବିଦେଶୀ କମ୍ପାନୀରେ ସମ୍ପତ୍ତି ରହିଛି। କିନ୍ତୁ ତାହାକୁ ନେଇ କୌଣସି ରେକର୍ଡ ନାହିଁ ଦେଇନାହାଁନ୍ତି। ଏହା ବ୍ୟତୀତ ତାଙ୍କ ଉପରେ ରକ୍ଷା ଚୁକ୍ତିରେ ଲାଞ୍ଚ ନେବା ଅଭିଯୋଗ ମଧ୍ୟ ରହିଛି। ୟୁପିଏ ଅମଳରେ ହୋଇଥିବା କିଛି ଡିଲ୍କୁ ନେଇ ସେ ବିବାଦରେ ଅଛନ୍ତି ଯେଉଁଥିରେ ସଞ୍ଜୟ ଭଣ୍ଡାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।
୨୦୧୬ ରେ ଯେତେବେଳେ ଆୟକର ବିଭାଗ ସଞ୍ଚୟ ଭଣ୍ଡାରୀଙ୍କ ବାସଭବନରେ ଚଢ଼ଉ କରିଥିଲା। ସେଠାରେ ରକ୍ଷା ମନ୍ତ୍ରାଳୟର ଗୋପନୀୟ ଦସ୍ତାବେଜ୍ ମିଳିଥିଲା। ସେତେବେଳେ ଏହାକୁ ଗୋପନୀୟତା ଅଧିନିୟମ ର ସମ୍ଭାବିତ ଉଲ୍ଲଘଂନ ମାମଲା କୁହାଯାଇଥିଲା। ଏହା ପରେ ଭଣ୍ଡାରୀଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା ଏବଂ ସେ ଭାରତ ଛାଡ଼ି ବିଦୋ ଚାଲିଯାଇଥିଲେ।
ତେବେ ବର୍ତ୍ତମାନ ସଞ୍ଚୟ ଭଣ୍ଡାରୀ ବେଷ୍ଟମିନ୍ସଷ୍ଟର କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରିପାରନ୍ତି। ଆଉ ଏହାଦ୍ବାରା ସଞ୍ଜୟଙ୍କ ଭାରତ ପ୍ରତ୍ୟାର୍ପଣ ବିଳମ୍ବ ମଧ୍ୟ ହୋଇପାରେ।