ଫିନ୍ଲ୍ୟାଣ୍ଡରେ ଗାଡ଼ିରେ ଇନ୍ଧନ ଭରୁଛି ସେଲ୍ଫ ହ୍ୟାଣ୍ଡେଲ ରୋବଟ
ଫିନ୍ଲ୍ୟାଣ୍ଡରେ ଥିବା ଡେନିଶ ଷ୍ଟାର୍ଟ ଅପ୍ ଅଟୋ ଫୁଏଲ କମ୍ପାନୀ ଏକ ସେଲ୍ଫ ହ୍ୟାଣ୍ଡେଲ ରୋବଟ ବିକଶିତ କରିଛି, ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ସେଠାରେ ଏକ ପେଟ୍ରୋଲ ପମ୍ପରେ ଗାଡ଼ିରେ ଇନ୍ଧନ ଭରୁଛି ରୋବଟ୍ । ତାହାପୁଣି ଜିରୋ ଏରର ସହିତ । ଅବିକଳ ମଣିଷ ଭଳି ଓ ତାଠାରୁ ଅଧିକ ଦକ୍ଷତାର ସହିତ ଏହି କାର୍ଯ୍ୟ ସମ୍ପାଦନା କରୁଛି ରୋବଟ୍ । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସମସ୍ତଙ୍କ ନଜରକୁ ଆସିଛି ।
ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଗାଡ଼ିଟିଏ ପେଟ୍ରୋଲ ପମ୍ପରେ ଏଥିରେ ଇନ୍ଧନ ଭରିବା ପାଇଁ ଆଗକୁ ଆସୁଛି ଏକ ରୋବଟ୍ । ରୋବଟ୍ର ମଣିଷ ଭଳି ଦୁଇଟି ହାତ ରହିଛି । ଯାହାକୁ ବ୍ୟବହାର କରି ସେଗାଡ଼ିରେ ଇନ୍ଧନ ଭରୁଛି । ଗାଡ଼ି ଚାଳକ ଦେଇଥିବା ଅର୍ଥ ଅନୁସାରେ ନିର୍ଭୁଲ ଭାବରେ ଇନ୍ଧନ ଭରିବା କାର୍ଯ୍ୟ ଶେଷ କରୁଛି ରୋବଟ୍ । ଏହାପରେ ଗାଡ଼ିକୁ ଗୁଡ଼ବାୟ ଜଣାଉଛି । ଏହି ରୋବଟ୍କୁ ବିକଶିତ କରିଥିବା ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଇନ୍ଧନ ଷ୍ଟେଶନରେ ଗାଡ଼ିରେ ରୋବଟ ଇନ୍ଧନ ଭରିବାରେ ଏହା ପ୍ରଥମ ରୋବଟ୍ । ଅତ୍ୟାଧୁନିକ ଭାବେ ବିକଶିତ ହୋଇଥିବା ଏହି ରୋବଟରେ ଉଚ୍ଚକ୍ଷମତା ସମ୍ପନ୍ନ ସେନ୍ସର ଏବଂ କ୍ୟାମେରା ଲଗାଯାଇଛି । ଏହା ସାହାଯ୍ୟରେ ନିର୍ଭୁଲ ଭାବରେ କାମ କରି ପାରୁଛି ରୋବଟ୍ ।
ଆଶ୍ଚର୍ଯ୍ୟର କଥା ହେଉଛି, କୌଣସି ଯାନ ଇନ୍ଧନ ଷ୍ଟେଶନରେ ପହଞ୍ôଚବା ପରେ ଏହା କେଉଁ ଇନ୍ଧନରେ ପରିଚାଳିତ ଗାଡ଼ି ତାହା ଆପେ ଆପେ ନିଶ୍ଚିତ କରିପାରୁଛି । ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍କୁ ରିଡ଼୍ କରିବା ପରେ ଡ଼୍ରାଇଭରର ଆବଶ୍ୟକତାକୁ ଅପେକ୍ଷା କରୁଛି ରୋବଟ୍ । ଅର୍ଥାତ୍ ଗାଡ଼ିରେ କେତେ ପରିମାଣର ଇନ୍ଧନ ପଡ଼ିବ ତାହା ସ୍ପଷ୍ଟ ହେବା ପରେ ଇନ୍ଧନ ଭରିବା ଆରମ୍ଭ କରୁଛି ରୋବଟ୍ ।