ସୂର୍ଯ୍ୟରେ ବିଶାଳକାୟ ଗର୍ତ୍ତ ସୃଷ୍ଟି, ଏଥିରୁ ନିର୍ଗତ ସୌର ଝଡ ସମସ୍ୟା ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ସୂର୍ଯ୍ୟରେ ଗତ କିଛି ଦିନରେ ବିଶାଳକାୟ ଗର୍ତ୍ତ ସୃଷ୍ଟି ହେଉଛି। ଏହି ଗର୍ତ୍ତ କୌଣସି ଏକ ବଡ ଘାଟି ପରି ଗଭୀର ଦେଖାଯାଉଛି। ଏହାର ଆକାର ଏତେ ବିଶାଳ ରହିଛି ଯେ, ଏଥିରେ ଅନେକ ପୃଥିବୀ ଲୀନ ହୋଇଯିବ। ଭିତରୁ ଦ୍ରୁତଗତିରେ ଭୀଷଣ ଗରମ ଏବଂ ସୌର ଝଡ ନିର୍ଗତ ହେଉଛି। ନିକଟରେ ଏହାର ଦୃଶ୍ୟ ଦେଖିଛନ୍ତି ବୈଜ୍ଞାନିକମାନେ। ଯାହାର ପ୍ରଭାବ ଆଗାମୀ ଦିନରେ ପୃଥିବୀ ଉପରେ ପଡିବ। ଏଥିରୁ ନିର୍ଗତ ସୌର ଝଡ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ବୈଜ୍ଞାନିକ ଏହି ଗର୍ତ୍ତଗୁଡିକୁ କୋରୋନଲ ହୋଲ୍ କହିଛନ୍ତି। ଏହା ସୂର୍ଯ୍ୟର ମଧ୍ୟ ଭାଗରେ ସୃଷ୍ଟି ହୋଇଛି। ଏହା ତେବେ ସୃଷ୍ଟି ହେଉଛି ଯେତେବେଳେ ସୂର୍ଯ୍ୟ ଉପରେ ବାୟୁମଣ୍ଡଳର ଇଲେକ୍ଟ୍ରିଫାଇଡ୍  ଗ୍ୟାସ୍ ଅର୍ଥାତ ପ୍ଲାଜାର ତାପମାତ୍ରା ଖସୁଛି। ମାତ୍ର ଏହା ବାକି ସ୍ଥାନ ଅପେକ୍ଷା ଅଧିକ ଗାଢ ଏବଂ ଘନ ଦେଖାଯାଉଛି। ଏହି କାରଣରୁ ଏହାର ରଙ୍ଗ କଳା ଦେଖାଯାଉଛି। ଦୂରରୁ ଦେଖିଲେ ଯେମିତି ଲାଗୁଛି ସୂର୍ଯ୍ୟରେ ଗର୍ତ୍ତ ସୃଷ୍ଟି  ହୋଇଛି।

ଏହି ଗର୍ତ୍ତ ନିକଟରେ ଚୁମ୍ବକୀୟ ରେଖା ମଜବୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଗର୍ତ୍ତ ଭିତରେ ଥିବା ସୌର ପଦାର୍ଥକୁ କ୍ଷୀପ୍ର ଗତିରେ ବାହାରକୁ ଟାଣିବାରେ ଲାଗିଛି। ବର୍ତ୍ତମାନ ଏହି ଗର୍ତ୍ତଗୁଡିକରୁ ଯେଉଁ ସୌର ଝଡ ନିର୍ଗତ  ହେଉଛି, ତାର ଗତି ଘଣ୍ଟା ପ୍ରତି ୨.୯୦ କୋଟି କିଲୋମିଟର ରହିଛି। ଏହି ଝଡରେ ତୀବ୍ର ଇଲେକ୍ଟ୍ରନ୍ସ, ପ୍ରୋଟୋନ୍ସ ଏବଂ ଆଲଫା ପାର୍ଟିକିଲ୍ସ ନିର୍ଗତ ହେଉଛି। ଏହା ପୃଥିବୀର ଚୁମ୍ବକୀୟ ଶକ୍ତିକୁ ପ୍ରଭାବିତ କରିଥାଏ।

ଏହି ସମୟରେ ସୂର୍ଯ୍ୟର ଝଡ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ସଂଘର୍ଷ ହୋଇଥାଏ। ଯାହାକୁ ଜିଓମାଗ୍ନେଟିକ ଷ୍ଟ୍ରୋମ କୁହାଯାଏ। ପୃଥିବୀର ଦୁଇ ମେରୁର ବାୟୁମଣ୍ଡଳ ପତଳା ରହିଥାଏ। ସେଠାରୁ ସୌର ଝଡ ବାୟୁମଣ୍ଡଳକୁ ଭେଦ କରି ଭିତରକୁ ଆସିଥାଏ। ତେଣୁ ସେଠାରେ ରଙ୍ଗ ବେରଙ୍ଗର କିରଣ ଦେଖିବାକୁ ମିଳିଥାଏ, ଯାହାକୁ ନର୍ଦନ ଲାଇଟ୍ସ କୁହାଯାଏ।

ସଂପ୍ରତି ଏହି ଗର୍ତ୍ତଗୁଡିକରୁ ଯେଉଁ ସୌର ଝଡ ପୃଥିବୀପୃଷ୍ଠ ଆଡକୁ ଆସୁଛି, ଯାହାକୁ ଜିଓମାଗ୍ନେଟିକ ଷ୍ଟର୍ମ କୁହାଯାଏ। ଅର୍ଥାତ ଏଥିରେ ପୃଥିବୀ ପ୍ରତି ବିପଦ ନାହିଁ। ମାତ୍ର ବିଜୁଳି ଗ୍ରୀଡ ଏବଂ କିଛି ଉପଗ୍ରହ ଉପରେ ପ୍ରଭାବ ପକାଇପାରେ। ଏହା ପୂର୍ବରୁ ପ୍ରଥମ ଗର୍ତ୍ତ ତେବେ ସୃଷ୍ଟି ହୋଇଥିଲା, ଯେବେ ଭାରତରେ ଛଟ ପର୍ବ ପାଳନ କରାଯାଉଥିଲା। ଏହା ପରଠୁ ଲଗାତାର ଚାରିରୁ ପାଞ୍ଚ ଥର ଏହି ଗର୍ତ୍ତ ତିଆରି ହୋଇ ସାରିଛି। ନିକଟରେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ତାହାକୁ ୨୦୨୨ ନଭେମ୍ବର ୩୦ରେ ଦେଖିବାକୁ ମିଳିଥିଲା। ଏହି ଗାଡର ପ୍ରଭାବ ଆଗାମୀ ଦୁଇ ଦିନରେ ପୃଥିବୀରେ ଅନୁଭୂତ ହୋଇପାରେ।

Related Articles

Back to top button