ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ଜର୍ଜିଆ ମେଲୋନୀ

ରୋମ: ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ଜର୍ଜିଆ ମେଲୋନୀ। ଶନିବାର(ଅକ୍ଟୋବର ୨୨)ରେ ଇଟାଲୀ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ମେଲୋନୀ ଇଟାରୀ ଦକ୍ଷିଣପନ୍ଥୀ ସରକାରକୁ ପରାମର୍ଶ ଦେଇଆସୁଥିଲେ। ତେଣୁ ତାଙ୍କର ସରକାର ପରିଚଳନା କ୍ଷେତ୍ରରେ ଅନେକ ଦକ୍ଷତା ଥିଲା। ଆଜି ସେ ଇଟାଲୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ  କରିଛନ୍ତି।

କ୍ୟୁରିଲାନ ପେଲେସ୍‌ରେ ଏହି ଶପଥ ଗ୍ରହଣ ଉତ୍ସବର ପାଳନ କରାଯାଇଥିଲା। ଏଠାରେ ମୋଲୋନୀ ଓ ତାଙ୍କ କ୍ୟାବିନେଟ୍‌ର ସମସ୍ତ ସଦସ୍ୟ ରାଷ୍ଟ୍ରପତି ସେରଗିଓ ମାଟ୍ଟାରେଲ୍ଲାଙ୍କ ସମ୍ମୁଖରେ ନିଜ ନିଜ ଦାୟିତ୍ୱ ପାଇଁ ଶପଥ ଗ୍ରହଣ କରିଥିଲେ।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ ତାରିଖରେ ମେଲୋନୀଙ୍କ ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟି ସାଧାରଣ ନିର୍ବାଚନ ଜିତିଥିଲା। ହେଲେ ସରକାର ଗଠନ କରିବାକୁ ଅନ୍ୟ ଦଳର ସହଯୋଗ ଆବଶ୍ୟକ ଥିଲା। ଏଥିପାଇଁ  ମୋଲୋନୀ ସିଲଭିଓ ବେରୁଲସକୋନୀଙ୍କ ଫୋର୍ଜା ଇଟାଲିଆ ଓ ମେଟ୍ଟିଓ ସାଲବିନିଙ୍କ ଧଳ ସହିତ ମେଣ୍ଟ କରି ସରକାର ଗଠନ କରିଛନ୍ତି।

୪୫ ବର୍ଷୀୟ ମେଲୋନୀ ଶପଥ ନେଇ କହିଛନ୍ତି “ ମୁଁ ଗଣତନ୍ତ୍ରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେଉଛି।” ଏହା କହିବା ପରେ ରାଷ୍ଟ୍ରପତି ସର୍ଜିଓ ମାଟ୍ଟାରେଲ୍ଲାଙ୍କ ସହ ହାତ ମିଳାଇଥିଲେ।

Related Articles

Back to top button