ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀନଲ୍ୟାଣ୍ଡରେ ଦ୍ରୁତ ଗତିରେ ତରଳୁଛି ବରଫ, ୨୭ ସେଣ୍ଟିମିଟର ପର୍ଯ୍ୟନ୍ତ ଫୁଲିବ ସମୁଦ୍ର

ନୂଆଦିଲ୍ଲୀ: ଜଳବାୟୁର ପରିବର୍ତ୍ତନ କେତେ ସାଂଘାତିକ ତାହା ଆଗାମୀ ଦିନମାନଙ୍କରେ ଦେଖିବାକୁ ମିଳିବ। ଆଜି ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଏଭଳି କିଛି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଗ୍ରୀନ୍‌ଲାଣ୍ଡର ଦ୍ରୁତ ଗତିରେ ତରଳୁଥିବା ବରଫ ଚାଦର ଆଗକୁ ପୂରା ବିଶ୍ୱରେ ସମୁଦ୍ର ଜଳରାଶିକୁ ଭୟଙ୍କର ଭାବେ ବୃଦ୍ଧି କରିବ। ପାଖାପାଖି ଗୋଟେ ପାଦ ଉଚ୍ଚାରୁ ଜଳ ପରିମାଣ ବଢ଼ିଯିବ ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଏମିତିରେ ନିର୍ଗତ ହେଉଥିବା ଗ୍ରୀନହାଉ ଗ୍ୟାସ୍ ପରିବେଶକୁ ଆହୁରି ପ୍ରଦୂଷଣ କରିବ।

ଗବେଷଣା ରିପୋର୍ଟ ଅନୁସାରେ, ୨୧୦୦ ବେଳକୁ ବରଫ ଚାଦରର ମୋଟ ୩.୩ ପ୍ରତିଶତ ଅର୍ଥାତ୍ ୧୧୦ ଟ୍ରିଲିୟନ ମେଟ୍ରିକ ଟନ୍‌ ବରଫ ତରଳିଯିବ। ଫଳରେ ସମୁଦ୍ରରେ ଜଳରାଶି ୨୭ ସେଣ୍ଟିମିଟର ବଢ଼ିଯିବ। ଅଧ୍ୟୟନ ଅନୁଯାୟୀ ପୂର୍ବ ତୁଳନାରେ ଦୁଇଗଣ ଅଧିକ ବରଫ ତରଳିବ। ବୋଲି ଗେବେଷଣାର ନେତୃତ୍ୱ ନେଉଥିବା ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ଜାତୀୟ ଭୂତତ୍ତ୍ୱ ସର୍ବେକ୍ଷଣର ପ୍ରଫେସର ଜେସନ ବକ୍ସ କହିଛନ୍ତି।

ପରିବେଶ ନେଇ ଗବେଷଣା ରିପୋଟ୍ର ପ୍ରକାଶ କରୁଥିବା ପତ୍ରିକା ନେଚର କ୍ଲାଇମେଟ୍ ଚେଞ୍ଜରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଅଙ୍ଗାରକାମ୍ଳର ନିର୍ଗମନ ବି ଆହୁରି ବଢ଼ିବା ସହ ଅନ୍ୟ ସ୍ଥାନରେ ବି ବହୁଳମାତ୍ରାରେ ବରଫ ତରଳିବ। ଫଳରେ ସମୁଦ୍ରର ଜଳରାଶି ଅକଳନୀୟ ଭାବେ ବୃଦ୍ଧି ପାଇବା ସ୍ୱଭାବିକ ବୋଲି ଗବେଷଣାରେ କୁହାଯାଇଛି।

Related Articles

Back to top button