ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ଜଓ୍ୱାହିରି ସହିତ ନିପାତ ହୋଇଛି ହକ୍କାନି ପରିବାର !

କାବୁଲ: ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ମୁଖ୍ୟ ଆୟମାନ-ଅଲ୍-ଜଓ୍ୱାହିରି ସହିତ ସେ ରହୁଥିବା ତାଲିବାନ ନେତା ହକ୍କାନି ପରିବାର ଲୋକ ମଧ୍ୟ କିଛି ମୃତ୍ୟୁବରଣ କରିଛନ୍ତି। ତାଜାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଦୂତାବାସର ଅଧିକାରୀ ମହମ୍ମଦ ଜାହିର ଅଘବର ଏହି ସଚୂନା ଦେଇଛନ୍ତି।

ହକ୍କାନି ନାମରେ ଏକ ଇସଲାମିକ ଆତଙ୍କବାଦୀ ସଂଗଠନ ରହିଛି । ଏହାକୁ ଜଲ୍ଲାଉଦ୍ଦିନ ହକ୍କାନୀ ଏହି ସଂଗଠନର ମୁଖ୍ୟ । ସୋଭିଏତ ଯୁଦ୍ଧ ବେଳେ ଏହି ସଂଗଠନ ତିଆରି ହୋଇଥିଲା। ହକ୍କାନି ପରିବାରର ସଦସ୍ୟ ତାଲିବାନ ସରକାରର ଆଭ୍ୟନ୍ତରୀଣ ମନ୍ତ୍ରୀ ଥିବା ସୂଚନା ରହିଛି।

ତାଜାକିସ୍ତାନରେ ଥିବା ଆଫଗାନିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଜାହିର ଆଗବର କହିଛନ୍ତି, ରିପୋର୍ଟ ଅନୁଯାୟୀ, ଆମେରିକାର ଏୟାର ଷ୍ଟ୍ରାଇକରେ ହକ୍କାନି ଗୋଷ୍ଠୀର କିଛି ପରିବାର ସଦସ୍ୟ ନିହତ ହୋଇଥିଲେ। ସେହି ଘର ହକ୍କାନିର ଥିଲା। ଏବେ ସେମାନେ କାବୁଲ ଛାଡି ଦେଇଛନ୍ତି।

କାବୁଲରେ ଥିବା କୋଠାରେ ଅଲ-କାଏଦା ନେତା ଲୁଚି ରହିଥିଲା। ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିର ଜଣେ ଘନିଷ୍ଠ ସହଯୋଗୀର ଏହି ଘର ଥିଲା। ଆଫଗାନିସ୍ତାନ ଦୂତାବାସଙ୍କ କହିବାନୁସାରେ, ସିରାଜୁଦ୍ଦିନ୍ ହକ୍କାନି ଏବଂ ଅନ୍ୟ ବରିଷ୍ଠ ନେତାମାନେ କାବୁଲରେ ସୁରକ୍ଷିତ ଘର ଛାଡ଼ି ଅନ୍ୟ କୁଆଡେ ଚାଲିଯାଇଛନ୍ତି । ଆଫଗାନିସ୍ତାନରେ ଅନେକ ଆତଙ୍କବାଦୀ ଗୋଷ୍ଠୀ ଏବେ ବି ରହିଛନ୍ତି।

ସେ କହିଛନ୍ତି, ଆଫଗାନିସ୍ତାନର ଲୋକଙ୍କ ପାଇଁ ଆୟମାନ ଅଲ-ଜାୱାହିରିକୁ ହତ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାଲିବାନଙ୍କ ସୁରକ୍ଷା ଅଧୀନରେ ଆଫଗାନିସ୍ତାନରେ ଆତଙ୍କବାଦ ବଢିବା ଅନ୍ତର୍ଜାତୀୟ ସମୁଦାୟ ଏକଥା ଜାଣିବା ଆଫଗାନିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଲ-କାଏଦା ନେତା କାବୁଲରେ ଲୁଚି ଥିବା ନେଇ ପାକିସ୍ତାନ ସୂଚନା ଦେଇଥିବା ସମ୍ପର୍କରେ ଆଫଗାନିସ୍ତାନ ଦୂତାବାସ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ସହ ଆମେରିକାର ବିବିଧ ସମ୍ପର୍କ ରହିଛି । ତେଣୁ ସହଜରେ ଆଫଗାନିସ୍ତାନ ମଧ୍ୟରେ ଆମେରିକା ସହଜରେ ପ୍ରବେଶ କରିପାରିବ।

ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ଆଫଗାନିସ୍ତାନରେ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକରେ ଆୟମାନ ଅଲ-ଜୱାହିରି ନିପାତ ହୋଇଛି। ଜଓ୍ୱାହିରି ଓସାମା ବିନ୍ ଲାଡେନକୁ ଆମେରିକା ଉପରେ 9/11 ଆକ୍ରମଣର ଷଡଯନ୍ତ୍ର କରିବାରେ ସାହାଯ୍ୟ କରିଥିଲା ।

Related Articles

Back to top button