ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ଘରକୁ ଡ୍ରୋନ ଆକ୍ରମଣ

ଲେବାନନ ଶନିବାର ଇସ୍ରାଏଲ ଉପରେ ପ୍ରତିଶୋଧ ଆକ୍ରମଣ କରିଛି। ରିପୋର୍ଟ ମୁତାବକ, ଲେବାନନ ପକ୍ଷରୁ ଏକ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ମଧ୍ୟ ଇସ୍ରାଏଲ ସହର କେସରିୟାରେ ଏକ ଘର ଉପରେ କରାଯାଇଛି। କୁହାଯାଉଛି ଯେ, ଆକ୍ରମଣର ଲକ୍ଷ ନେତାନ୍ୟାହୁଙ୍କ ଘର ଥିଲା। ନେତାନ୍ୟାହୁଙ୍କ ଘର ସୁରକ୍ଷିତ ଅଛି।

ଇସ୍ରାଏଲ ଡିଫେନ୍ସ ଫୋର୍ସେଜଙ୍କ କହିବାନୁଯାୟୀ, ଲେବାନନରୁ ତିନୋଟି ଡ୍ରୋନ ଆକ୍ରମଣ କରାଯାଛି ଏବଂ ଏଥିରୁ ଗୋଟିଏ ମଧ୍ୟ ଇସ୍ରାଏଲ ସହର କେସରିୟାରେ ଏକ ଘରକୁ ଟାର୍ଗେଟ କରିଛି। ଏହି ଡ୍ରୋନ ଯେଉଁଠାରେ ଖସିଛି, ସେହି ବିଲ୍ଡିଂକୁ କ୍ଷତି ପହଞ୍ଚିଛି, ହେଲେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟିନାହିଁ।ସ୍ଥାନୀୟ ପୋଲିସର କହିବାନୁଯାୟୀ, କେସରିୟା ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଲେବାନନ ପକ୍ଷରୁ କରାଯାଇଥିବା ଏହି ବିମାନ ଆକ୍ରମଣର ଯାଞ୍ଚ କରାଯାଉଛି। ଇସ୍ରାଏଲ ମିଡିଆ ରିପୋର୍ଟ ମୁତାବକ, ଆୟରନ ଡୋମ ଏହି ଡ୍ରୋନକୁ ଅଟକାଇବାକୁ ଅସମର୍ଥ ହୋଇଥିଲା। ଇସ୍ରାଏଲ ମିଡିଆ ଏହା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ଡ୍ରୋନ ସହଜରେ ଇସ୍ରାଏଲର ସୀମାରେ ପସିଆସିଥିଲା। ଏହି ଡ୍ରୋନ ସେନାର ହେଲିକପ୍ଟରର ପାଖରେ ବାହାରିଥିଲା।

Related Articles

Back to top button