ଆମେରିକାରେ ଭୟଙ୍କର ଭାବେ ବ୍ୟାପୁଛି ‘HMPV Virus’

ନୂଆଦିଲ୍ଲୀ: କରୋନା ପରେ ଏକାଧିକ ଭୟଙ୍କର ଭାଇରସ୍ ବିଷୟରେ ବିଷେଜ୍ଞମାନେ ସୂଚନା ଦେଇଛନ୍ତି । ନିକଟରେ ଆମେରିକାରେ ଏକ ନୂଆ ଭାଇସରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ସେଠାରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ଦ୍ରୁତ ଭାବେ ବ୍ୟାପୁଥିବା ଦେଖାଯାଇଛି । ଗତ କିଛିମାସ ମଧ୍ୟରେ ଏହି ଭାଇରସର ସଂକ୍ରମଣ ୩୬ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହା ଫୁସଫୁସକୁ ସଂକ୍ରମଣ କରିପାରେ ବେଲି ଆମେରିକାରେ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ରିପୋର୍ଟରୁ ଜଣାପଡ଼ିଛି ।

ସିଡିସି ଅନୁଯାୟୀ, କରୋନା ପରି ଏଚଏମପିଭି ଭାଇରସ ଫୁସଫୁସକୁ ମଧ୍ୟ ସଂକ୍ରମିତ କରିପାରେ । ଏପ୍ରିଲ ମାସ ଅପେକ୍ଷା ମେ’ରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ସଂକ୍ରମଣ ଜାରି ରହିଛି । ଏହି ଭାଇରସ ଶ୍ୱାସ ମଧ୍ୟ ଦେଇ ଶରୀରରେ ପ୍ରବେଶ କରେ ଓ କମ୍ ବୟସର ଲୋକଙ୍କୁ ନିଜର ଶିକାର କରିଥାଏ । ଏହି ଭାଇରସ୍ କାରଣରୁ ମଧ୍ୟ ନିମୋନିଆ ପରି ମାରାତ୍ମକ ବିମାରୀ ହୋଇପାରେ । ଜଣକୁ ସଂକ୍ରମଣ କରିବାର ୩ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଦେଇଥାଏ । ତେବେ ଏହା ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହିଥାଏ ତହା ସ୍ପଷ୍ଟ ହୋଇ ନାହିଁ ।

Related Articles

Back to top button