କାମ୍ବୋଡିଆର ହୋଟେଲରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୩୦ ଗୁରୁତର

ନୋମ ପେହ୍ନ: କାମ୍ବୋଡିଆର ପୋଇପେଟ ସ୍ଥିତ କାମ୍ବୋଡ଼ିଆ ସିଟି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି । ପ୍ରାୟ ୫୦ ଜଣ ନିଆଁ ଭିତରେ ଫସି ରହିଛନ୍ତି। ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୀର୍ଘ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।  ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରାୟ ୭୦ ପ୍ରତିଶତ ନିଆଁ ଲିଭାଯାଇ ସାରିଛି ।

ମିଳିଥିବା ସୂଚନା ଅନୁସାରେ, ନିଆଁ ହୋଟେଲର ୫ମ ମହଲାରେ ଲାଗିଥିଲା। ଫଳରେ କେସିନୋରେ ଥିବା ୧୦ ଜଣ ଜଳି ଯାଇଥିଲେ। ହୋଟେଲର ବଡ ଭାଗ କ୍ଷତିଗ୍ରସ୍ତ ହୋଇଛି। ମଧ୍ୟରାତ୍ରରେ ଅର୍ଥାତ ଭାରତୀୟ ସମୟ ଗତକାଲି ସନ୍ଧ୍ୟା ୫ଟାର ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ନିଆଁକୁ ଆୟତ୍ତକୁ ଆଣିବା ପାଇଁ ପ୍ରାୟ ୮ ଘଣ୍ଟା ଲାଗିଥିଲା। ସୋସିଆଲ ମିଡିଆରେ ଏହାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିବା ଦେଖିବାକୁ ମିଳିଛି। ହୋଟେଲର ଅଧିକାଂଶ ଭାଗ ଜଳି ଯାଇଥିବାବେଳେ ଅନେକ ଭାଗ ଅଧା ଜଳି ଝୁଲି ରହିଥିବା ଦେଖିବାକୁ ମିଳିଛି। କେସିନୋର ଷ୍ଟାଫ ସିଡିରେ ଚଢି ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲେ । ବାହାରେ ଥିବା ଲୋକ ସେମାନଙ୍କୁ ଉଦ୍ଧାର ପାଇଁ ସାହାଯ୍ୟ କରୁଥିଲେ ।

Related Articles

Back to top button