ନେପାଳରେ ଗତ ମାସରେ ଘଟିଥିବା ବିମାନ ଦୁର୍ଘଟଣାର କାରଣ ମାନବୀୟ ତ୍ରୁଟି

କାଠମାଣ୍ଡୁ: ନେପାଳରେ ଗତ ମାସରେ ଘଟିଥିବା ବିମାନ ଦୁର୍ଘଟଣାର ପ୍ରାଥମିକ ଅନୁସନ୍ଧାନ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ୧୪ ପୃଷ୍ଠାର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର କାରଣକୁ ମାନବୀୟ ତ୍ରୁଟି ବୋଲି କୁହାଯାଉଛି। ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଓ୍ବେବ୍‌ସାଇଟରେ ଏହି ରିପୋର୍ଟ ପୋଷ୍ଟ କରାଯାଇଛି।

ଏହି ରିପୋର୍ଟରେ ଇଞ୍ଜିନ ପାଓ୍ବାର ବିଫଳତା, ଲିଭର ଟାଣିବା ହେତୁ ଇଞ୍ଜିନ ବନ୍ଦ ଏବଂ ଗୋଟିଏ ବିମାନ ଚାଳକ ଦଳଙ୍କୁ ଲଗାତର ତୃତୀୟ ଥର ଉଡ଼ାଣରେ ପଠାଇବା କାରଣ ରହିଛି।

ସୂଚନାଯୋଗ୍ୟ, ଜାନୁୟାରୀ ୧୫ରେ ୟେତି ଏୟାରଲାଇନ୍ସର ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୧ ଜଣଙ୍କର ମୃତ୍ୟୁ ଘଟିଥିଲା।

ବିମାନରେ ୪ କ୍ରୁ ସଦସ୍ୟଙ୍କ ସମେତ ୭୨ ଜଣ ଲୋକ ଥିଲେ। ଉଦ୍ଧାରକାରୀମାନେ ୭୧ ମୃତଦେହ ଉଦ୍ଧାର କରିଥିବାବେଳେ ନିଖୋଜ ଥିବା ଅନ୍ୟ ଯାତ୍ରୀମାନଙ୍କୁ ମୃତ ବୋଲି ଅନୁମାନ କରାଯାଉଛି। ଏଟିଆର-୭୨ ସକାଳ ୧୦.୩୩ରେ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା। ପୋଖରା ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ପୁରୁଣା ଏବଂ ନୂତନ ବିମାନବନ୍ଦର ମଧ୍ୟରେ ନଦୀକୂଳରେ ଖସି ପଡ଼ିଥିଲା।

Related Articles

Back to top button