ଯୁଦ୍ଧଗ୍ରସ୍ତ ସୁଦାନରୁ ପ୍ରତିକୂଳ ପରିସ୍ଥିତିରେ ୧୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅପରେସନ କାବେରୀ ଜାରି ରହିଛି। ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଫେରାଇ ଅଣାଯାଉଛି। ତେବେ ୧୨୧ ଜଣ ଭାରତୀୟଙ୍କୁ ସାହସିକତାର ସହ ଉଦ୍ଧାର କରିଛି ବାୟୁସେନା। ଏମାନଙ୍କୁ ସୁଦାନର ୱାଦି ସାୟିଦନା ଏୟାରପୋର୍ଟରୁ ଉଦ୍ଧାର କରାଯାଇଛି। ଯୁଦ୍ଧ ପାଇଁ ଏହି ଏୟାରପୋର୍ଟରେ ଏୟାରଷ୍ଟ୍ରିପ୍ ରାସ୍ତା ଖରାପ ହୋଇଯାଇଥିଲା। ବିମାନ ପରିଚାଳନା ପାଇଁ ନା ଇନ୍ଧନ ବ୍ୟବସ୍ଥା ଥିଲା ନା ନାଭିଗେସନ ବ୍ୟବସ୍ଥା।
Indigo joins #OperationKaveri.
231 Indians in a flight to New Delhi from Jeddah.
With this 5th outbound flight, around 1600 reached or airborne for India.
Happy journey.
Our Mission continues. pic.twitter.com/5JtBR0sHCF
— V. Muraleedharan (@MOS_MEA) April 28, 2023
ଭାରତୀୟ ବାୟୁସେନା C-130J ସ୍ୱତନ୍ତ୍ରର ଓପିଏଶ୍ ଏୟାରକ୍ରାଫ୍ଟ କ୍ୟାପ୍ଟେନ୍ ତଥା ଏହାର ଗ୍ରୁପ୍ କ୍ୟାପ୍ଟେନ୍ ରବି ନନ୍ଦ ଏହି ସାହସିକତାର କାର୍ଯ୍ୟ କରି ୧୨୧ ଜଣଙ୍କୁ ଉଦ୍ଧାର କରିଛନ୍ତି। ଉଡ଼ାଣ ବେଳେ ରନ୍ ୱେ କ୍ଲିୟର ଅଛି କି ନାହିଁ ଜାଣିବା ପାଇଁ C-130J ବିମାନର କ୍ରୁ ମେମ୍ବର ଇଲେକ୍ଟ୍ରୋ-ଅପ୍ଟିକାଲ/ଇନ୍ଫ୍ରା ରେଡ୍ ସେନ୍ସରର ବ୍ୟବହାର କରିଥିଲେ। ନାଇଟ୍ ଭିଜନ ଗଗଲ୍ସ ବ୍ୟବହାର କରିବାକୁ ପଡ଼ିଥିଲା। ଅଢ଼େଇ ଘଣ୍ଟା ସମୟର ଭିତରେ ସମସ୍ତ ଭାରତୀୟଙ୍କ ଉଦ୍ଧାର କରାଯାଇଛି।
ଅନ୍ୟପଟେ ଆଜି ୨୩୧ ଭାରତୀୟଙ୍କୁ ଦିଲ୍ଲୀରେ ଅଣାଯାଇଛି। ଇଣ୍ଡିଗୋ ବିମାନରେ ଏମାନେ ସାଉଦି ଆରବର ଜେଦ୍ଦାହ ବିମାନବନ୍ଦରରୁ ଭାରତ ଆସିଛନ୍ତି। ଏହି ଅପରେସନ୍ରେ ଉଦ୍ଧାର କାର୍ଯ୍ୟ ପଞ୍ଚମ ରାଉଣ୍ଡରେ ପହଞ୍ଚି ଥିବା ବେଳେ ୧୬୦୦ ଜଣ ଭାରତରେ ପହଞ୍ଚିଥିବା ବେଳେ ୨୧୦୦ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀ ଧରନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।