ଆଇସିସି ୨୦ କୋଟି ଟଙ୍କା ଅନଲାଇନ ଠକେଇର ଶିକାର

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଅନ୍ ଲାଇନ ଠକେଇର ଶିକାର ହୋଇଛି। ପ୍ରାୟ ୨୦ କୋଟି ଟଙ୍କା ଠକେଇର ଶିକାର ହେବା ପରେ ଏବେ ଆଇସିସି କହିଛି ଯେ ସଂସ୍ଥା ଅନ୍ ଲାଇନ ଠକେଇର ଶିକାର ହୋଇଛି। କ୍ରିକବଜର ଏକ ରିପୋର୍ଟରୁ ଏହି ସୂଚନା ମିିଳିଛି। ଭାରତରେ ଏହି ସବୁ ଠକେଇ ପଛରେ ଜମତାରା ଗ୍ୟାଙ୍ଗର ହାତ ଥାଏ ବୋଲି କୁହାଯାଏ।

ଥରେ ନୁହେଁ, ଅନେକ ଥର ଆଇସିସି ଅନ ଲାଇନ ଠକେଇର ଶିକାର ହୋଇଛି। ଏବେ ଆଇସିସି ଭୁଲ୍ ବୁଝି ପାରିଛି ବୋଲି ଜଣାପଡିଛି। କ୍ରିକବଜର ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଆଇସିସି ଆମେରିକା ମାଧ୍ୟମରେ ଅନେକ ଥର ଠକେଇର ଶିକାର ହୋଇଛି। ଆଇସିସି ପ୍ରାୟ ୨.୫ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୨୦.୩୨ କୋଟି ଟଙ୍କା ଠକେଇର ଶିକାର ହୋଇଛି। ତେବେ ଆଇସିସି ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କିଛି କହିନାହିଁ। କିନ୍ତୁ ଆଇସିସି ନିଜସ୍ୱ ତଦନ୍ତ ଜରିଆରେ ଜାଣିବାକୁ ପାଇଛି ଯେ ଆମେରିକାର ସାଇବର ଲୁଟେରାଙ୍କ ଦ୍ୱାରା ଏହି ଠକେଇ ହୋଇଛି।

ବରିଷ୍ଠ ସାମ୍ବାଦିକ କେ ଶ୍ରୀନିଓ୍ୱାସ ରାଓ ମଧ୍ୟ ଏହି ଠକେଇ ବିଷୟରେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀନିବାସା ରାଓଙ୍କ କହିବାନୁସାରେ, ଠକାମି ଆମେରିକାରେ ଆଇସିସିର କନସଲଟାଣ୍ଟଙ୍କ ନାମରେ ଏକ ନକଲି ଇମେଲ ଆଇଡି ତିଆରି କରିଥିଲେ ଏବଂ ପରେ ଆଇସିସିର ମୁଖ୍ୟ ଫାଇନାନ୍ସ ଅଫିସର ଅର୍ଥାତ୍ CFO ଏହି ଇମେଲ ଆଇଡିରୁ ତାଙ୍କୁ ପେମେଣ୍ଟ କରିବାକୁ କହିଥିଲେ। ବର୍ତ୍ତମାନ CFO କାର୍ଯ୍ୟାଳୟ କେଉଁଠାରେ ଭୁଲ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଆଇସିସିକୁ ବଡ ଘାଟାରେ ପକାଇଛି। ଯଦିଓ ଆଇସିସିକୁ ଏହାଠାରୁ ଢେର ଅଧିକ ପରିମାଣରେ ରୋଜଗାର କରେ କିନ୍ତୁ ଏପରି ଠକେଇ ଆଇସିସିର କାର୍ଯ୍ୟଦକ୍ଷତା ତଥା ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି।

Related Articles

Back to top button