ସ୍ୱାଭାବିକ ରହିବ ଚଳିତ ବର୍ଷର ମୌସୁମୀ ବର୍ଷା – ପୂର୍ବାନୁମାନ କଲେ ଆଇଏମଡି

ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଇଏମଡି କହିଛନ୍ତି । ଏନେଇ ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରେସମିଟରେ ମୌସୁମୀ ବର୍ଷା ପରିଣାମ ୯୬% ହେବା ନେଇ ପୂର୍ବାନୁମାନ କରାଯାଇଛି । ସାଧାରଣତଃ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବାକୁ ସ୍ୱାଭାବିକ ବୋଲି କୁହାଯାଏ । ଏହା ବ୍ୟତୀତ ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍-ନିନୋ ସମସ୍ୟାର ସମ୍ଭାବନା ସୃଷ୍ଟି ହୋଇଛି । ଏଲ୍-ନିନୋ ସମ୍ଭାବନା ଥିଲେ ମଧ୍ୟ ବର୍ଷାର ପରିମାଣ କମିବ ନାହିଁ ।

୨୦୨୩ ଜୁନ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୮୧୬.୫ ମିମିର ବର୍ଷାର ସମ୍ଭାବନା ରହିଛି । ମୌସୁମୀ ସମୟରେ କ୍ରମାଗତ ଚାରି ବର୍ଷ ହେଲାଣି ଚାରି ବର୍ଷ ସାଧାରଣ ଏବଂ ଅଧିକ ବୃଷ୍ଟିପାତ ପରେ ଏହି ପୂର୍ବାନୁମାନ କୃଷି କ୍ଷେତ୍ର ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଫସଲ ଉତ୍ପାଦନ ମୌସୁମୀ ବର୍ଷା ଉପରେ ଅଧିକ ନିର୍ଭର କରେ ।

Related Articles

Back to top button